ତରିକୁନ୍ଦ ଓ ଦଳେଇଘାଇ କେନାଲ ବନ୍ଧ ରେ ଘାଇ |ତଳିଆ ଅଞ୍ଚଳ ଜଳମଗ୍ନ

ତରିକୁନ୍ଦ ଓ ଦଳେଇଘାଇ କେନାଲ ବନ୍ଧ ରେ ଘାଇ |ତଳିଆ ଅଞ୍ଚଳ ଜଳମଗ୍ନ

ଜଗତସିଂହପୁର
ତା =16/7/23
ଚଳିତ ଲଘୁଚାପ ଜନିତ ବର୍ଷା ରେ ଜଗତସିଂହପୁର ଜ଼ିଲ୍ଲା ର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ବେଳେ ଜଗତସିଂହପୁର ମାଛଗାଁ ମୁଖ୍ୟ କେନାଲ ର ତରିକୁନ୍ଦଠାରେ ଦଶ ଫୁଟ ର ଘାଇ ଏବଂ ଦଳେଇ ଘାଇ କେନାଲ ବନ୍ଧ ନିକଟରେ କୋଡିଏ ଫୁଟ ର ଘାଇ ହେବା ଦ୍ଵାରା ଆଖ ପାଖ ଅଂଚଳର ଘର ଦ୍ଵାର, କ୍ଷେତ ସମ୍ପୂର୍ଣ ଜଳମଗ୍ନ ହୋଇଯାଇଛି |ରାସ୍ତା ଘାଟରେ ପାଣି ଜମି ରହିଛି |ଯାହାଫଳ ରେ ଯାତାୟତ ସମ୍ପୂର୍ଣ ଠପ ହୋଇଛି |ଜ଼ିଲ୍ଲା ପ୍ରଶାସନିକ ଅଧିକାରୀ, ଜଳ ସେଚନ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଙ୍କୁ ଅନୁଧ୍ୟାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି |ଅପର ପ୍ରପକ୍ଷ ରେ ଚାରିଆଡେ ଜଳମଗ୍ନ ଦେଖି ସ୍ଥାନୀୟ ଜନସାଧାରଣ ଭୟଭୀତ ଅଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update