ଆଫ୍ରିକାରେ ଚିନ୍ମୟ ଫାଉଣ୍ଡେସନର ମୋ’ ଗାଁ ମୋ’ ପ୍ରତିଭା କାର୍ଯ୍ୟକ୍ରମର ଶୁଭାରମ୍ଭ।

ଆଫ୍ରିକାରେ ଚିନ୍ମୟ ଫାଉଣ୍ଡେସନର ମୋ’ ଗାଁ ମୋ’ ପ୍ରତିଭା କାର୍ଯ୍ୟକ୍ରମର ଶୁଭାରମ୍ଭ।

ଗାଆଁ ଗହଳିର ପ୍ରତିଭା ମାନଙ୍କୁ ସମଗ୍ର ବିଶ୍ବର କୋଣାନୁକୋଣରେ ପରିଚିତ କରାଇବା ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ଠାରେ ଗଢି ଉଠିଛି ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ। ଏହି ଫାଉଣ୍ଡେସନ ଜରିଆରେ ବିଭିନ୍ନ ଦେଶରେ ଫାଉଣ୍ଡେସନର ୨୦ସୁତ୍ରୀ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ, ସମ୍ପ୍ରତି ଆଫ୍ରିକାରେ ମୋ’ ଗାଁ ମୋ’ ପ୍ରତିଭା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡଃ ଚିନ୍ମୟ ଦାଶ ଅନଲାଇନ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଆଫ୍ରିକା ସଂଯୋଜକ ମଗ୍ଜିମା ଭୂୟାନି ଆଚିଡିଆକାନଙ୍କ ସଂଯୋଜନା ଓ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଗ୍ଜିମା ଲୁଂକା, ଲୁଥୁଲି ଥଣ୍ଡୋକୁହ୍ଲେ, ଲୁମ୍ଲା ମୂଜିମା, ନଦାଉଲେ ଭୂୟିସ୍ୱା ଟ୍ରିଫିନାହ, ଲୁଥିଲି ନୋସିଭୂୟିଲେ ମୋଲଭିନାହ, ମାଗାଡ୍ଲା ମଜ୍ୱାଣ୍ଡିଲେଙ୍କ ସମେତ ବହୁ ଗ୍ରାମାଞ୍ଚଳର ପ୍ରତିଭା ଅଂଶ ଗ୍ରହଣ କରିଥିଲେ। ସମଗ୍ର ବିଶ୍ଵର ଘର ଘରକୁ ଯୋଡ଼ି ଗୋଟିଏ ପରିବାର କରିବା ସହ ବ୍ୟକ୍ତିର ଅନ୍ତର୍ନିହିତ ପ୍ରତିଭାକୁ ବିଶ୍ଵବ୍ୟାପୀ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଡଃ ଦାଶ ମତବ୍ୟକ୍ତ କରିଛନ୍ତି।

Recent Post

Live Cricket Update