ଢେଙ୍କାନାଳ ଜିଲ୍ଲା ନୂତନ ଅନୁଦାନପ୍ରାପ୍ତ ଅବସର ଗ୍ରହଣ କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ ବୈଠକ

ଢେଙ୍କାନାଳ ଜିଲ୍ଲା ନୂତନ ଅନୁଦାନପ୍ରାପ୍ତ ଅବସର ଗ୍ରହଣ କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ ବୈଠକ

ଢେଙ୍କାନାଳ, ତା.୧୬,୦୭,୨୦୨୩ – ଅନ୍ୟ ସ୍ଥାନୀୟ ଶ୍ରୀ ବଳରାମ ମନ୍ଦିର ପ୍ରାଙ୍ଗଣ ମା’ଲକ୍ଷ୍ମୀ ମନ୍ଦିର ଠାରେ ସଭାପତି ଅମରେନ୍ଦ୍ର ନାଥ ନନ୍ଦଙ୍କ ସଭାପତିତ୍ବରେ ନୂତନ ଅନୁଦାନପ୍ରାପ୍ତ ଅବସରଗ୍ରହଣ କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସଭାର ଆଭିମୁଖ୍ୟ ଆବାହକ ସଂଜୟ କୁମାର ହୋତା ସମ୍ୟକ ସୂଚନା ପ୍ରଦାନ କରିବା ସହିତ ରାଜ୍ୟ ସଂଘର ନିଷ୍ପତି କ୍ରମେ ଜିଲ୍ଲା ବୈଠକର ଗୁରୁତ୍ବାରୋପ କରିଥିଲେ । ସଭାରେ ନିଷ୍ଫଳ ଉତ୍କଳ ଶିକ୍ଷକ ମହାସଂଘର ଢେଙ୍କାନାଳ ଶାଖାର ସଂପାଦକ ବିପ୍ରବର ସାହୁ, ଓଷ୍ଟା ଜିଲ୍ଲା ସଂପାଦକ ବିଭୁତି ସାମଲ ଯୋଗେଲ ଅବସର ପ୍ରାପ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଦୀର୍ଘ ୧୨ ବର୍ଷ ହେବ ଶୂନ୍ୟ ହସ୍ତରେ ଗୃହକୁ ପ୍ରତ୍ୟାବର୍ତନ କରିଥିବା ଅବସ୍ଥାକୁ ହୃଦୟଙ୍ଗମ କରି ଉଦ୍‌ବେଗ ପ୍ରକାଶ କରିଥିଲେ । ଆଗାମୀ ବର୍ଷା କାଳୀନ ବିଧାନସଭା ଅଧିବେଶନ ପୂର୍ବରୁ ଆସନ୍ତା ୨୧ ତାରିଖ ଏକ ପ୍ରତିବାଦ ସଭା ଢେଙ୍କାନାଳ ଟାଉନ୍ ହଲ୍‌ଠାରୁ ବାହାରି ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପେନ୍‌ସନ୍‌ ପ୍ରଦାନ ସହ ଚାକିରୀ ସମ୍ଭାବଳୀ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । ଏହି ସଭାରେ ୫୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶିକ୍ଷା କର୍ମଚାରୀ ଯୋଗଦେଇଥିଲେ। ରାଜ୍ୟ ସରକାର ଏହି ସମୟାବଧୂ ମଧ୍ୟରେ ନାନୀ ପୂରଣ ନ କରନ୍ତି, ତେବେ ଏହି ବର୍ଗର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଆଗାମୀ ବିଧାନସଭା ଅଧିବେଶନ କାଳରେ ଆମରଣ ଅନଶନ, ଆତ୍ମାହୁତି ପରି ଚରମ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ପରିଶେଷରେ ଉପସଭାପତି ରୂପଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Recent Post

Live Cricket Update