ଶିକ୍ଷୟତ୍ରୀ ନମିତା ଷଢଙ୍ଗୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ! ଜଗତସିଂହପୁର
ତା =,15/7/23 ଜଗତସିଂହପୁର ସହର ଉପକଣ୍ଠ ରଘୁନାଥପୁର ବ୍ଲକ ସାଦେଇପୁର ସ୍ଥିତ ଭଦ୍ରେଶ୍ୱର ସରକାରୀ ଉଚ୍ଚବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ନମୀତା ଷଢଙ୍ଗୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ପ୍ରଦାନ କରାଯାଇଛି ! ଏହି ଅବସରରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଲ୍ଲାସ ଚନ୍ଦ୍ର ରାୟ ସଭାପତିତ୍ୱ କରିଥିବାବେଳେ ପ୍ରାକ୍ତନ ଶିକ୍ଷକ ଶରତ ଚନ୍ଦ୍ର ମହାରଣା ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ଶିକ୍ଷକ ଆଲାମ ସାର, ସନମାନିତ ଅତିଥି ଓ ବିଦ୍ୟାଳୟ ପରିଚାଳନା ପରିଷଦର ଅଧକ୍ଷା କାଞ୍ଚନ ଵାଳା ମାହୁନ୍ତ ଅନ୍ୟତମ ଅତିଥି ଭାବେ ଯୋଗଦାନ କରିଥିଲେ ! ଶିକ୍ଷକ ବାଉରୀ ବନ୍ଧୁ ଓଝା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ! ମୁଖ୍ୟ ଅତିଥି ଶିକ୍ଷୟତ୍ରୀ ନମିତା ଷଢଙ୍ଗୀ ଙ୍କୁ ମାନପତ୍ର, ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ! ଶିକ୍ଷୟତ୍ରୀ ରିତାଞ୍ଜଳୀ ବଳ ବିଦାୟକାଳୀନ ଗୀତିକା ପାଠ କରିଥିଲେ ! ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ମହାନ୍ତି, ତ୍ରିନାଥ ରାଉତ, ରେଣୁବାଳା ହୋତା, ଆରତୀ ଦାଶ, ମଧୁସ୍ମିତା ମିଶ୍ର, ଅରକ୍ଷିତ ପୃଷ୍ଟି, ଏସକେ ଇସାତ ଓ ପ୍ରଦୀପ ରଞ୍ଜନ ସାହୁ ପ୍ରମୁଖ ସେବାନିବୃତ୍ତ ଶିକ୍ଷୟତ୍ରୀ ଙ୍କ ସମୟାନୁବର୍ତ୍ତିତା ଓ ମଧୁମୟ ସେବା ସମ୍ପର୍କ ରେ ଆଲୋକପାତ କରିଥିଲେ ! ଶେଷରେ ଶିକ୍ଷକ ପ୍ରଶନ ମଢେଇ ଧନ୍ୟବାଦ ଅର୍ପଣ କରିଥିଲେ !
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
