(ନିପୁର ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଆଲୋଚନା )
ଜଗତସିଂହପୁର
ତା =16/7/
ଜଗତସିଂହପୁର ଜ଼ିଲ୍ଲା ସଂଲଗ୍ନ ନିପୁର ଠାରେ ଥିବା 62ଏକର ସରକାରୀ ଜମି ଉପରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଜ଼ିଲ୍ଲା ପ୍ରଶାସନ ଇଦିକୋ ଜରିଆରେ ଜମି ଅଧିଗ୍ରହଣ କରିଛି |ସେହି ସରକାରୀ ଜମି ଉପରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ନ କରି ଜ଼ିଲ୍ଲାବାସୀ ଙ୍କ ବୃହତମ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ମେଡିକାଲ କଲେଜ ପ୍ରତିଷ୍ଠା କରିବା ନିମନ୍ତେ ଅଳସୁଧା, ପିତେଇପୁର, ମୁଦୁପୁର, ବଳରାମପୁର କାଦୁଅପଡା ଆଦି ପାଞ୍ଚଟି ପଞ୍ଚାୟତ ର ଜନସାଧାରଣ ବାରମ୍ବାର ଦାବି କରିଆସିଛନ୍ତି | ଏ ସମ୍ପର୍କ ରେ ଫାଇପ ଟି ସଚିବ ଏବଂ ଜ଼ିଲ୍ଲାପାଳ ଙ୍କୁ ମଧ୍ୟ୍ୟ ଲିଖିତ ଅଭିଯୋଗ କରିଛନ୍ତି | କିନ୍ତୁ ଦୁଃଖ ଓ ପରିତାପର ବିଷୟ ଜ଼ିଲ୍ଲା ପ୍ରଶାସନପକ୍ଷରୁ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ କୌଣସି କାର୍ଯ୍ୟ ତତ୍ପରତା ପ୍ରକାଶ ପାଇନାହିଁ | ଏ ସମ୍ପର୍କ ବରିଷ୍ଟ ଆଇନିଜୀବି କମ୍ରେଡ ବାସୁଦେବ ଙ୍କ ନେତୃତ୍ୱରେ ଅଳସୁଧା ପଞ୍ଚାୟତ ସରପଞ୍ଚ ଭ୍ରମରବର ସ୍ୱାଇଁ | ପୂର୍ବତନ ସରପଞ୍ଚ ଦେବେନ୍ଦ୍ର କୁମାର ଦାସ |ସମାଜସେବୀ ଦେବେନ୍ଦ୍ର କୁମାର ସାହୁ | ସମୀର ନାୟକ ପ୍ରମୁଖ
ଏକ ପ୍ରତିନିଧି ମଣ୍ଡଳୀ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାସ ଙ୍କ ସହିତ ଆଲୋଚନା କରି 62ଏକର ସରକାରୀ ଜମି ର ନକ୍ସା, ପଟା, ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
