(କେତେକେଶ୍ୱର ଘାଟରୁ ମିଳିଲା କାଉଡିଆ ସୂର୍ଯ୍ୟକାନ୍ତ ର ଶବ
ଜଗତସିଂହପୁର
ତା =17/7/23
ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ପ୍ରସିଦ୍ଧ ବାବା ଗୋରେଖନାଥ ଙ୍କ ପୀଠରେ କାଉଡିଆ ମାନେ ପାଣି ଢ଼ାଳିବା ନିମନ୍ତେ ରବିବାର ଅପରାହ୍ନ ରେ ଆଳିପିଙ୍ଗଳ ସ୍ଥିତ ଦେବୀନଦୀ ର କେତେକେଶ୍ୱର ଘାଟରୁ ହଜାର ହଜାର ଶିବ ଭକ୍ତ ପୂଜା ଅର୍ଚନା କରି ପାଣି ଉଠାଇବା ବେବେ ହଠାତ ଅଘଟଣ ଘଟିଥିଲା | ତ୍ରିତୋଲ ବ୍ଲକ ବିଦ୍ୟାଧରପୁର ଗ୍ରାମର ରମେଶ ପ୍ରଧାନ ଙ୍କ ନାବାଳକ ପୁଅ ସୂର୍ଯ୍ୟକାନ୍ତ ତାର ୩ ଜଣ ସାଥି ମାନଙ୍କ ଶହ ପାଣି ଉଠାଇବା ସମୟରେ ହଠାତ ସମସ୍ତ ସାଥି ବୁଡି ଯାଇଥିଲେ | ଘଟଣା ସ୍ଥଳରୁ ୩ ଜଣ ସାଥୀକୁ ଉଦ୍ଧାର କରାଯାଇଥିଲା |ହେଲେ ସୂର୍ଯ୍ୟକାନ୍ତ ରବିବାର ଅପରାହ୍ନ ରୁ କେତେକେଶ୍ୱର ଘାଟରୁ ବୁଡ଼ିଯାଇ ନିଖୋଜ ହେବାରୁ ବିଶେଷ ସୂତ୍ରରୁ ଖବର ପାଇ ଜଗତସିଂହପୁର ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ଅନେକ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ |ସୋମବାର ମଧ୍ୟାହ୍ନ ରେ ନଦିଗର୍ଭ ରେ ଥିବା ଟାପୁ ରେ ଜାଲ ପକାଇବାରୁ ସୂର୍ଯ୍ୟକାନ୍ତ ହାତ ରେ ଜାଲ ଗୁଡ଼ାଇ ହୋଇଯାଇଥିଲା |ତାହା ପରେ ଓଡ୍ରାଫ ଟିମ ନଦୀ ଟାପୁ ରେ ପୋତିହୋଇ ମୃତ୍ୟୁ ବରଣ କରିଥିବା ସୂର୍ଯ୍ୟକାନ୍ତ ଙ୍କୁ ଉଦ୍ଧାର କରିଥିଲେ |ଏହା ପରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସୂର୍ଯ୍ୟକାନ୍ତ କୁ ଆଣିବାପରେ ଶବ ଵେବଛେଦ କରାଯାଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ