( ସମଙ୍ଗ ପଞ୍ଚାୟତ ରେ ଗୋଚର ଜମିରେ ବେଆଇନି ଖଳା ନିର୍ମାଣ କୁ ବିରୋଧ |ଅଭିଯୋଗ ପାଇ ତହସିଲଦାର ନିରବ କାହିଁକି…? )
ଜଗତସିଂହପୁର
ତା =17/7/23
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସମଙ୍ଗ ପଞ୍ଚାୟତ ରେ ଥିବା ଗୋଚର ଜମି ଉପରେ ବ୍ୟାପକ ଚଞ୍ଚକତା କରାଯାଇ ବେଆଇନି ଖଳା ନିର୍ମାଣ ଚାଲିଛି | ଏହା କୁ ଶତାଧିକ ଗ୍ରାମବାସୀ ବିରୋଧ କରି ଜଗତସିଂହପୁର ଜ଼ିଲ୍ଲାପାଳ, ତହସିଲଦାର, ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି | ହେଲେ ଜନସାଧାରଣ ଙ୍କ ଅଭିଯୋଗ ପାଇ ଜ଼ିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଖବର ନେବାରେ ଜଣାଯାଇଛି ସମଙ୍ଗ ପଚାୟତ କୁ 2014ମସିହାରେ ଧାନ ଖଳା ନିର୍ମାଣ ଲାଗି ସାତ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ସରକାରୀ ଅନୁଦାନ ଆସିଥିଲା |ସେ ସମୟ ର ତହସିଲଦାର ସମଙ୍ଗ ପଞ୍ଚାୟତ ରେ ଆବଶ୍ୟକୀୟ ଗୋଚର ଜମି ନ ଥିବାରୁ ଧାନ ଖଳା କରିବାକୁ ରୋକ ଠୋକ ମନାକରିଦେଇଥିଲେ | ହେଲେ ବର୍ତମାନ ର ତହସିଲଦାର ଗୋଚର ଜମିରେ କେଉଁ ଆଧାର ରେ ଧାନ ଖଳା କରିବାକୁ ଅନୁମତି ଦେଇଛନ୍ତି ଏବଂ ଅଭିଯୋଗ ପାଇ ନିରବଦ୍ରଷ୍ଟା ସାଜିଛନ୍ତି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ