ନିଖିଳ ଉତ୍କଳ ସଂକୀର୍ତନ ମହାସଙ୍ଘର ସାମ୍ବାଦିକ ସମ୍ମିଳନୀ

ନିଖିଳ ଉତ୍କଳ ସଂକୀର୍ତନ ମହାସଙ୍ଘର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର, ଆଜି ସ୍ଥାନୀୟ ବୁଲନଭାଇ ସେବା ସଭାଗୃହରେ ନିଖିଳ ଉତ୍କଳ ସଂକୀର୍ତନ ମହାସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି. ମହାସଙ୍ଘର ରାଜ୍ୟ ସଭାପତି ଶ୍ରୀ ବିଷ୍ଣୁ ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ଆଧ୍ୟାତ୍ମିକ ଯୋଗଗୁରୁ ବାବା ପଞ୍ଚଦେବ ଓ କଟକ ଜିଲ୍ଲା ସଂକୀର୍ତନ ସଙ୍ଘର ସମ୍ପାଦକ ସଞ୍ଜୟ କୁମାର ଦାସ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ. ନିଖିଳ ଉତ୍କଳ ସଂକୀର୍ତନ ମହାସଂଘ ତାର ଦାବି ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେବା, ରାଜ୍ୟରେ ଥିବା ଦୁଇଲକ୍ଷରୁ ଊର୍ଧ୍ୱ କୀର୍ତନ କଳାକାରଙ୍କ ସମସ୍ୟା ସମାଧାନ କରିବା ପାଇଁ ସରକାରଙ୍କୁ ଜଣାଇବା, ଦାବି ପୂରଣ ନ ହେଲେ ବିଧାନସଭା ଆଗରେ ଆନ୍ଦୋଳନ କରିବା ବିଷୟରେ ସୂଚନା ଦେଇଥିଲେ ସଭାପତି ବିଷ୍ଣୁ ଚରଣ ମହାନ୍ତି. ଆମେ ସବୁ ସଂକୀର୍ତନ କଳାକାର ମାନେ ଏକାଠି ଅଛୁ, ଆମକୁ ସରକାର କଳାକାର ଭତ୍ତା ଦିଅନ୍ତୁ ବୋଲି ଦାବି ଜଣାଇଛନ୍ତି ସଭାପତି ଶ୍ରୀ ମହାନ୍ତି. ସରକାର ଆମ ପାଇଁ ବହୁତ କିଛି କରିଛନ୍ତି, ଆମ କଳାକୁ ଲୋକକଳାରେ ସାମିଲ କରିଛନ୍ତି, ଆହୁରି ଆମ ମାନଙ୍କ ଭିତରୁ କିଛି ଭତ୍ତା ପାଇନାହାନ୍ତି ବୋଲି କହିବା ସହ, ଆମକୁ ଭତ୍ତା ଦିଆଯାଉ, ଆମକୁ ବ୍ଲକ କଲା ସଂସ୍କୃତି ସଙ୍ଘ ଓ ଜିଲ୍ଲା କଳା ସଂସ୍କୃତି ସଙ୍ଘର ଉପସଭାପତି ପାଦରେ ରଖାଯାଉ ବୋଲି ଦାବି କରିଛନ୍ତି ନିଖିଳ ଓଡିଶା ସଂକୀର୍ତନ ମହାସଙ୍ଘର କଟକ ଜିଲ୍ଲା ସମ୍ପାଦକ ସଞ୍ଜୟ କୁମାର ଦାସ. ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସଂକୀର୍ତନ ସମସ୍ତଙ୍କ ପାଇଁ ଆବଶ୍ୟକ ପଡେ, ଏହି କଳା ସର୍ବଶ୍ରେଷ୍ଠ କଳା, ସମୁଦାୟ ଛବିଶି କଳା ମଧ୍ୟରୁ ସଂକୀର୍ତନ କଳାର ଅବଦାନ ଓ ଚାହିଦା ଅଧିକ ଦେଖାଯାଇଥାଏ ବୋଲି କହିଛନ୍ତି ସମ୍ପାଦକ ଶ୍ରୀ ଦାସ.ରାଜ୍ୟର ସମସ୍ତ 30ଜିଲ୍ଲାରୁ ଆମ ସଂକୀର୍ତନ ସଙ୍ଘ ପ୍ରାୟ 28ଟି ଜିଲ୍ଲାରେ ଅଛି, ପଶ୍ଚିମ ଓଡ଼ିଶାରେ ସମସ୍ତ 11ଟି ଜିଲ୍ଲାରେ ମହାସଂଘ କାର୍ଯ୍ୟ କରୁଛି, ଆମ ସଙ୍ଘ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଅଛି, ସରକାର ଆମ ପାଇଁ ବହୁତ କିଛି କରିଛନ୍ତି ହେଲେ ଆମ ଭିତରୁ କିଛି ଭାଇ ମାନେ ଅବୁଝା ହୋଇ ସରକାରଙ୍କ ବିରୋଧରେ ନାନା ମନ୍ତବ୍ୟ ଦେଉଥିବାରୁ କ୍ଷୋଭ ପ୍ରକାସ କରିବା ସହ ସରକାରଙ୍କ ବିରୋଧରେ ଭୁଲ ତଥ୍ୟ ପ୍ରଚାର ନ କରିବା ପାଇଁ ସବୁ ସଂକୀର୍ତନ କଳାକାର ଭାଇ ମାନଙ୍କୁ ଅନୁରୋଧ କରିଛନ୍ତି ମହାସଙ୍ଘର ଉପଦେଷ୍ଟା ବାବା ପଞ୍ଚଦେବ. ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ 14 ତାରିଖରେ ସଂସ୍କୃତି ବିଭାଗ ସଚିବ ସତ୍ୟବ୍ରତ ସାହୁ, ସଂଗୀତ ନାଟକ ଏକାଡେମୀ ସଚିବ ପ୍ରମୋଦ ରଥ ଓ ବିଭାଗୀୟ ନିର୍ଦେଶକ ଦିଲୀପ ରାଉତଙ୍କୁ ସଂକୀର୍ତନ କଳାକାରଙ୍କ ସବୁ ସମସ୍ୟା ଅଗ୍ରାଧିକାର ଭିତିରେ ସମାଧାନ କରିବାକୁ ନିର୍ଦେଶ ଦେଇ ଆମକୁ ନ୍ୟାୟ ଦେବାକୁ ଚେଷ୍ଟା କରିଥିବାରୁ ମହାସଂଘ ଧନ୍ୟବାଦ ଦେଉଛି ବୋଲି କହିଛନ୍ତି ଶ୍ରୀ ପଞ୍ଚଦେବ.
(ଭୁବନେଶ୍ୱରରୁ ପ୍ରଭାକର ବିଶ୍ୱାଳଙ୍କ ରିପୋର୍ଟ )

Recent Post

Live Cricket Update

You May Like This