ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ଓ ବିଗ୍ରହ। ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ଓ ବିଗ୍ରହ। ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ବିଷୟ ____ ବିଂଝାରପୁର ବ୍ଳକ ଅନ୍ତର୍ଗତ ଚନ୍ଦନପୁର ଓ ସିଂହପୁର ଅଞ୍ଚଳର ଶୈବ ସଂସ୍କୃତିର ପରମ ପୁରୁଷ ଦେବାଧିଦେବ ମହାଦେବ ଶିବଙ୍କ ପ୍ରତୀକ ସ୍ବରୁପ ବାବା ଚନ୍ଦନେଶ୍ଵରଙ୍କ ପୀଠରେ ଶ୍ରାବଣ ମାସ ପ୍ରଥମ ସୋମବାର ଅମାବାସ୍ୟା ଓ ସଂକ୍ରାନ୍ତିରେ ୧୫୧ ଜଣ ଶ୍ରଦ୍ଧାଳୁ ଭକ୍ତ ଖରସ୍ରୋତା ନଦୀରୁ ଜଳ ଉତ୍ତୋଳନ କରି ମହାସମାରୋହରେ ଅଭିଷେକ କରାଇଥିଲେ। ପ୍ରଥମ ଦିନରେ ଅଙ୍କୁରାରୋପଣ,ମଣ୍ଡଳେ ଦେବତା ମାନଙ୍କର ଆବାହନ,କଳସାଧିବାସ,ଅଗ୍ନି ସ୍ଥାପନ,ମନ୍ଦୀର ସ୍ନାନ, ପାର୍ଶ୍ଵ ଦେବତା ମାନଙ୍କର ସ୍ନାନ ତଥା ଶୟନ,ଦେବତା ମାନଙ୍କର ନ୍ୟାସ,ପ୍ରାଣ ପ୍ରତିଷ୍ଠା,ନବ ଯୌବନ ଦର୍ଶନ , ବିଶ୍ଵଶାନ୍ତି,ମହାରୁଦ୍ରାଭିଷେକ ଓ ପୂର୍ଣ୍ଣାହୁତି ହୋଇଯାଇଛି।ଏହା ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମହାରାଜ ନିତ୍ୟାନନ୍ଦ ଦାଶ , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ ମୁଖ୍ୟ ଭାବେ କାର୍ଯ୍ୟ ସମାପନ କରିଥିଲେ। ସହଯୋଗୀ ଭାବେ ସତ୍ୟବ୍ରତ ଦାଶ,ରଞିତ କୁମାର ତ୍ରିପାଠୀ, ରବିନ୍ଦ୍ର କୁମାର ପତି,ସରୋଜ କୁମାର ପତି ପ୍ରଭୃତି ଯୋଗଦେଇ ଥିଲା ବେଳେ ଚନ୍ଦନେଶ୍ଵର ଉନ୍ନୟନ ପରିଷଦର ସଭ୍ୟମାନେ ପୂର୍ଣ୍ଣ ପ୍ରାଣରେ ଶାରିରୀକ , ଆର୍ଥିକ ଓ ଶୃଙ୍ଖଳାଗତ ସହଯୋଗ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ବରିଷ୍ଠ ପ୍ରଧାନ ଶିକ୍ଷକ ନିରଞ୍ଜନ ସାମଲ ଓ ତାଙ୍କ ଧର୍ମପତ୍ନୀ ନିରୋଦବାଳା ସାମଲ ଶିବ ପାର୍ବତୀ ବିଭାଘରରେ ମା ପାର୍ବତୀଙ୍କର କନ୍ୟାଦାତା ।।।।
।ରୁପେ କନ୍ୟାଦାନ କରିଥିଲେ ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This