*ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ଓ ହତ୍ୟା ଅଭିଯୋଗ*
Breaking news
*ପଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା* ଅନ୍ତର୍ଗତ *ଆମ୍ବେର ଗ୍ରାମ* ରେ ଏକ ଅଭାବନୀୟ ଘଟଣା ଘଟିଛି ! ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ! ମହିଳା ଜଣକ ହେଲେ ଆରତୀ ରାୟ ୨0 ବର୍ଷ ତଳେ
*ଅମ୍ବେର ଗ୍ରାମର* ବିଧାନ ରାୟ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ଆରତୀ ଓ ବିଧାନ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ ପାଟିଗୋଳ ହେଇ ଆସୁଥିଲା l ଗତକାଲି ରାତିରେ ମଧ୍ୟ ପାରିବାରିକ ଗଣ୍ଡଗୋଳ କୁ ନେଇ ଉଭୟଙ୍କ ମଧ୍ୟରେ ପାଟି ଗୋଳ ହୋଇ ଥିଲା ! ଆଜି ପରିବାର ଲୋକେ *ଏକ ମାଟି ଘରୁ* ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମହିଳାଙ୍କ ମୃତ ଦେହ କୁ ପାଇଥିଲେ ! ପରେ ପରେ ଖବର ପାଇ ମହିଳାଙ୍କ ବାପ ଘର ଲୋକେ *ଅମ୍ବେର ଗ୍ରାମରେ* ପହଞ୍ଚି ଅର୍ଦ୍ଧଦଗ୍ଧ ଅବସ୍ଥାରେ *ଆରତୀର ମୃତଦେହ* ପଡ଼ିଥିବା ଦେଖି ଜାଣିଲେ ! ଯୋଜନା ବଦ୍ଧ ଭାବେ ତାକୁ ପୋଡି ମାରିଦେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭାଇ ଅକ୍ଷୟ ଜେନା ! ଅନ୍ୟ ପଟେ ବିଳମ୍ବରେ ହେଲେବି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହୋଇଥିବା କହିଛନ୍ତି !ଦୀର୍ଘ ସମୟ ଧରି ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି l
ପଟ୍ଟାମୁଣ୍ଡାଇ ରୁ
*ସରୋଜ କୁମାର ସାହୁ ଙ୍କ ସହିତ* ଜାଗ୍ରତ ଭାରତ ନ୍ୟୁଜ୍