ବାର୍ଷିକ ଜିଲ୍ଲା ସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ।
ଅନୁଗୋଳ – ଗତକାଲି ଅନୁଗୋଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଜିଲ୍ଲା ସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ମିଳନୀ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅଜୟ କୁମାର ପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଅମ୍ଳ କୁମାର ଗଡନାୟକ, ତାଳଚେର ଓ ବଅଁରପାଳ ବ୍ଳକ ଶିକ୍ଷା ଅଧିକାରୀ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରିୟ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାକୁ କ୍ରୀଡାରେ ତୃଣମୁଳ ସ୍ତରରୁ କିଭଳି ଅଗ୍ରାଧିକାର ଦିଆଯିବ । ସେଥୁପ୍ରତି ଜିଲ୍ଲାର ସମସ୍ତ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯନ୍ନବାନ ହେବା ପାଇଁ ଅତିଥୁମାନେ ମାର୍ଗଦର୍ଶନ କରିଥିଲେ । ବିଶେଷକରି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ତାଂକ ଭାଷଣ ମାଧ୍ୟମରେ କହିଥିଲେ । ବର୍ତ୍ତମାନ ପରିସ୍ଥିତିରେ 5 ମାଧ୍ୟମରେ ବିଦ୍ୟାଳୟ ସ୍ତରରେ କ୍ରୀଡାରେ ଥିବା ସମସ୍ତ ସମସ୍ୟା ସମାଧାନ ହୋଇପାରିଛି ଏଣୁ ଜିଲ୍ଲାର ସୁନାମ ପାଇଁ ରାଜ୍ୟ ଏବଂ ଜାତୀୟ ସ୍ତରର କ୍ରୀଡାବିତ୍ ସୃଷ୍ଟି ପ୍ରତ୍ୟେକ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରଚେଷ୍ଟା ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାୟ ପ୍ରତ୍ୟେକ ବ୍ଲକ୍ ସ୍ତରରେ ଇନ୍ଡୋର ହଲମାନ କରାଯାଇଅଛି ସେଠାରେ ଅନେକ ଖେଳକୁ ପ୍ରାଧାନ୍ୟ ଦିଆଯାଇ ଛାତ୍ରଛାତ୍ରୀମାନଂକୁ ସୁବିଧା ଥିବା କ୍ରୀଡାଗୁଡିକର ସୁଯୋଗ ନେବା ପାଇଁ ସଭାରେ ମତପ୍ରକାଶ ପାଇଥିଲା । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ଭିକାରୀବନ୍ଧୁ ସାହୁ ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ରାଜ୍ୟ ଓ ଜାତୀୟ ସ୍ତରରେ ଜିଲ୍ଲାର ସୁନାମ ଆଣିବା ପାଇଁ କ୍ରୀଡା ଶିକ୍ଷକମାନଂକୁ ପରାମର୍ଶ ଦେଇଥିଲେ । ଉକ୍ତ ସଭାରେ ୮ ବ୍ଳକର ସମ୍ପାଦକମାନେ ସେମାନଂକର ସମସ୍ୟା ଓ କ୍ରୀଡାର ଉନ୍ନତି ଉପରେ ସେମାନଂକ ମତାମତ ପ୍ରଦାନ କରିଥିଲେ । ଉକ୍ତ ସଭାରେ ୨୬୨ ଜଣ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ । ଶେଷରେ କ୍ରୀଡା ଶିକ୍ଷକ ଶ୍ରୀ ଦୋଳଗୋବିନ୍ଦ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।