ମୀନା ବଜାର ଶ୍ରୀଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି ବୈଠକ

ମୀନା ବଜାର ଶ୍ରୀଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ- ୨୧,୦୭.୨୦୨୩ – ଢେଙ୍କାନାଳ ମିନାବଜାର ମଣ୍ଡପଠାରେ ଶ୍ରୀ ଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ଆସନ୍ତା ଲକ୍ଷ୍ମୀପୂଜା ପାଇଁ ସଭାପତି ରବିନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ବୋର୍ଡର ଅଧ୍ୟକ୍ଷ ଲଳିତ କୁମାର ପଟ୍ଟନାୟକ ଯୋଗଦେଇ ସଭ୍ୟମାନଙ୍କ ପୂଜା ନିର୍ମିତ ପରାମର୍ଶ ଦେଇଥିଲେ । ସାଧାରଣ ସଭାରେ ୨୦୨୩ ୨୪ ବର୍ଷ ପାଇଁ ଏକ ବିଜେଟ୍ ଅଟକଳ ଉପସ୍ଥିତ ସଭ୍ୟଙ୍କ ସମ୍ମତି କ୍ରମେ ପ୍ରସ୍ତୁତ କରାଯାଇଥିଲା । ଚଳିତ ବର୍ଷ ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ମୋଟ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ପାଇଁ ସ୍ଥିର କରାଗଲା । ସମସ୍ତ ଉପସ୍ଥିତ ସଭ୍ୟଙ୍କ ସମ୍ମତିକ୍ରମେ ନୂତନ ମନ୍ଦିର ନିର୍ମାଣ ହେବା ପାଇଁ ସ୍ଥିର କରାଯାଇଥିଲା । ସଂପାଦକ ପିତବାସ ସାହୁ ପୂର୍ବ ବର୍ଷ ଆୟବ୍ୟୟ ହିସାବ ସାଧାରଣ ସଭାରେ ଉପସ୍ଥାପନ କରିଥିଲେ । ଆସନ୍ତା ରାଧାଷ୍ଟମୀ ଦିନ ମାଟି ଅନୁକୂଳ କରାଯିବ ବୋଲି ସ୍ଥିର ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ନିରୋଦ କୁମାର ସାହୁ, କୋଷାଧ୍ୟକ୍ଷ ଦୟାନିଧି ବେହେରା ପ୍ରମୁଖଙ୍କ ସହିତ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ ।

Recent Post

Live Cricket Update