କଟକରୁ ପୁଣି ନକଲି ମସଲା ଠାବ
ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି କଟକ ମାଲଗୋଦାମରୁ ନକଲି ମସଲା ଠାବ । 20 କୁଇଣ୍ଟାଲ ଅପମିଶ୍ରିତ ଲଙ୍କା, ହଳଦୀ, ଧନିଆ ପାଉଡର, ଖଡ଼ଗପୁରୀ ମିଲ୍କ ମସଲା ଇତ୍ୟାଦି ଠାବ ହୋଇଛି । ଏନେଇ ଖବର ପାଇ ମାଲଗୋଦାମ ଥାନା ପୋଲିସ ଓ ସିଏମସି ଫୁଡ଼ ସ୍ମାର୍ଡ଼ ଚଢାଉ କରିଥିଲା । ପାଖାପାଖୁ 3 ବର୍ଷ ହେବ ଏହି ନକଲି ମସଲା ଗୁଣ୍ଡ କମ୍ପାନୀ ଚାଲିଥିଲା । ବିଭିନ୍ନ ମସଲାରେ ଚାଉଳ ଗୁଣ୍ଡ ଓ ରାସାୟନିକ ରଙ୍ଗ ମିଶ୍ରଣ କରି ଏହି ନକଲି ମସଲା ଗୁଣ୍ଡକୁ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିଲେ । ଏହା ସହ ବେସନରେ ମଧ୍ୟ ଅପମିଶ୍ରଣ କରି ବଜାରରେ ବିକ୍ରି କରାଯାଉଥିଲା । ପୋଲିସ ଓ ସିଏମସି ଫୁଡ଼ ସ୍ମାର୍ଡ଼ ଚଢ଼ାଉ କରି ବିପୁଳ ପରିମାଣର ନକଲି ମସଲା ଗୁଣ୍ଡକୁ ଜବତ କରିବା ସହ କମ୍ପାନୀକୁ ସିଲ କରିଛି ।ସେହିପରି ଜବତ ନକଲି ସାମଗ୍ରୀର ମୂଲ୍ୟ 50 ଲକ୍ଷ ଟଙ୍କା ବୋଲି ସିଏମସି ସ୍ବାସ୍ଥ୍ୟ ବିଭାଗ ପଷ୍ଟ କରିଛି । ଅନ୍ୟପଟେ ଜବତ ସାମଗ୍ରୀକୁ ଲ୍ୟାବକୁ ପଠାଯାଇଥିବା ବେଳେ ରିପୋର୍ଟ ଆସିଲା ପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ । ସେହିପରି ବ୍ୟବସାୟୀ ଜଣଙ୍କ ଅଟକ ରହିଥିବା ବେଳେ ଏହି ବ୍ୟବସାୟର ଅନ୍ୟାନ୍ୟ ଦିଗ ଉପରେ ଖୋଳତାଡ଼ ଜାରି ରଖିଛି କମିଶନରେଟ ପୋଲିସ ।