ପୁଲିସ ର ଖାମଖିଆଲି ପାଇଁ ଗଲା ଜୀବନ
ଗତକାଲି କଟକ କ୍ୟାଣ୍ଟେନମେଣ୍ଟ ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ଯୋବ୍ରା ବ୍ୟାରେଜରୁ ମୃତଦେହ ମିଳିଛି । ମୃତ ଯୁବକଙ୍କ ନାମ ଶଙ୍କର୍ଷଣ ବେହେରା ଓରଫ ବବୁଲୁ । ଗତକାଲି କ୍ୟାଣ୍ଟେନମେଣ୍ଟ ପୋଲିସକୁ ଧକ୍କା ମାରି ସେ ଫେରାର ହୋଇଯାଇଥିଲେ । ଶଙ୍କର୍ଷଣ ଥାନା ସାମ୍ନାରେ ମହାନଦୀକୁ ଦୌଡି ପଳାଇଥିଲେ । ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା । ଆଜି ତାଙ୍କର ମୃତଦେହ ଠାବ ହୋଇଛି । ପରିବାର ଲୋକେ ମୃତଦେହ ଚିହ୍ନଟ କରିବା ସହ ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କରିଛନ୍ତି । ପୋଲିସ ଅତ୍ୟାଚାର ସହି ନପାରି ସେ ଥାନାରୁ ପଳାଇ ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ସୂଚନା ମୁତାବକ ପ୍ରାୟ 3 ଦିନ ଧରି ଏକ କେସ ବାବଦ ରେ ତାକୁ ଥାନା ରେ ଅଟକ ରଖି ଥିଲା କ୍ୟାଣ୍ଟନମେଣ୍ଟ ପୁଲିସ l
କଟକ ରୁ ରିପୋର୍ଟ୍ ଜାଗ୍ରତ ଭାରତ୍ News.