Search
Close this search box.

ଗଣତନ୍ତ୍ର ପାଇଁ ଗଣମାଧ୍ୟମ ଆବଶ୍ୟକ ବୋଲି ଦଶରଥପୁର ବ୍ଲକ ସାମ୍ବାଦିକ ସଂଘର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି

ଗଣତନ୍ତ୍ର ପାଇଁ ଗଣମାଧ୍ୟମ ଆବଶ୍ୟକ ବୋଲି ଦଶରଥପୁର ବ୍ଲକ ସାମ୍ବାଦିକ ସଂଘର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ବିଷୟ ____ ଦଶରଥପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଝୁମ୍ଫୁରୀ ବଜାର ସାଇମଣ୍ଡପ ଠାରେ ଗଣମାଧ୍ୟମ ବିନା ତିଷ୍ଠିପାରିବନି ଗଣତନ୍ତ୍ର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ସଂଘର ସଭାପତି ଶଙ୍କର୍ଷଣ କୁଣ୍ଡୁ ସଭାପତିତ୍ବ ଓ ବରିଷ୍ଠ ସାମ୍ବାଦିକ ସୁଶାନ୍ତ ବେଉରିଆଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କର୍ଣ୍ଣାଟ କେଶରୀ ଦାସ ଯୋଗଦେଇ ସୁଦୃଢ ଗଣତନ୍ତ୍ର ପାଇଁ ଗଣମାଧ୍ୟମର ଆବଶ୍ୟକତା ରହିଥିବା କହିଥିଲେ।ଅନ୍ୟତମ ଅତିଥି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ଗଣମାଧ୍ୟମ ଓ ଗଣତନ୍ତ୍ର ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି କହିବା ସହ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ସରୋଜ କୁମାର ମହାପାତ୍ର, ବଳିଷ୍ଠ ବିଜେପି ନେତା ଅମିୟକାନ୍ତ ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦ, ବ୍ଳକ ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକ, ଉପାଧ୍ୟକ୍ଷା ଝିଲି ମଲ୍ଲିକ,ନନ୍ଦିପୁର ସେବା ସମବାୟ ସମିତିର ସଭାପତି ବିଷ୍ଟୁଚରଣ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଚନ୍ଦ୍ର ଶେଖର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାମ୍ବାଦିକ ପ୍ରତ୍ୟୁଷ କୁମାର ନାୟକ ସ୍ବାଗତ ଅଭିଭାଷଣ ରଖିଥିଲେ। ସାମ୍ବାଦିକ ମହେଶ୍ୱର ଜେନା ସାମ୍ବାଦିକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ କହିଥିଲେ । ଶେଷରେ ସାମ୍ବାଦିକ ସତ୍ୟଜିତ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This

× How can I help you?