ନିଯୁକ୍ତି ଓ ଅନ୍ୟାନ୍ୟ ହକ୍ ଦାବିରେ ସ୍ଥାନୀୟ ଲୋକେ ଘେରିଲେ ରାଜ୍ୟ ଖଣି ନିଗମର ଦୈତାରୀ ଖଣି କାର୍ଯ୍ୟାଳୟ

ନିଯୁକ୍ତି ଓ ଅନ୍ୟାନ୍ୟ ହକ୍ ଦାବିରେ ସ୍ଥାନୀୟ ଲୋକେ ଘେରିଲେ ରାଜ୍ୟ ଖଣି ନିଗମର ଦୈତାରୀ ଖଣି କାର୍ଯ୍ୟାଳୟ

କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଦୈତାରୀ ଲୌହ ଖଣିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନଦେଇ ବାହାର ରାଜ୍ୟ ଲୋକଙ୍କୁ ନିଯୁକ୍ତି ମିଳୁ ଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଭାରତୀୟ ବିକାଶ ପରିଷଦ ନେତୃତ୍ବରେ ସ୍ଥାନୀୟ ଲୋକେ ଖଣି କମ୍ପାନୀ ଅଫିସ୍ ସାମ୍ନାରେ ବିକ୍ଷୋଭ କରି ଧାରଣା କରିଥିଲେ। ଶତାଧିକ ଲୋକଙ୍କ ମିଳିତ ଦସ୍ତଖତରେ ସେମାନେ ଭାରତୀୟ ବିକାଶ ପରିଷଦ ସଭାପତି ଶ୍ରୀ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦୈତାରୀ ଖଣି ନିଗମର ଆଞ୍ଚଳିକ ପରିଚାଳକଙ୍କୁ ଦେଇ ଥିଲେ। ଏହି ଦାବିପତ୍ରରେ ସ୍ଥାନୀୟ ଅଧିବାସୀମାନେ ୪୦ ବର୍ଷ ଧରି ଖଣି ଲାଗି ଜମିବାଡ଼ି ଘର ଭିଟାମାଟି ହରେଇ ଥିଲେ ମଧ୍ୟ ହକ୍ ନିଯୁକ୍ତି ଲାଗି ଚରମ ଅବହେଳାର କିପରି ଶିକାର ହେଉଛନ୍ତି ତାହା ଦର୍ଶାଇ ନ୍ୟାୟ ଚାହିଁଛନ୍ତି। ଅଶୀ ପ୍ରତିଶତ ସ୍ଥାନୀୟ ଯୁବକଙ୍କୁ ଖଣିରେ ନିଯୁକ୍ତି ମିଳିବା ବଦଳରେ ଏଠାରେ ୯୦% ତାମିଲନାଡୁ ଆନ୍ଧ୍ର ଶ୍ରମିକ ବେଆଇନ ଭାବେ କାମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ନିଯୁକ୍ତି ବଦଳରେ ଧୂଳି ଧୂଆଁ କେବଳ ଖାଇ ଅଳ୍ପ ଦିନ ଜୀବନ ହାରୁଛନ୍ତି।ଏପଟେ ଖଣି ନିଜ ଖନନ ଉତ୍ପାଦନ ପରିମାଣ ବଢ଼ାଇବାକୁ ନିଷ୍ପତ୍ତି ନେଇଛି।ଏହି ଖଣିର ଆଞ୍ଚଳିକ ପରିଚାଳକ ଓ ଶ୍ରମ ଅଧିକାରୀଙ୍କ ଅସାଧୁ ମେଣ୍ଟ ଲାଗି ଏହି ପରି ଅନ୍ୟାୟ ସମ୍ଭବ ହେଉଛି। ତେଣୁ ୧୫ ଦିନ ଭିତରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ନକଲେ ଭୀଷଣ ଆନ୍ଦୋଳନ ହେବ ଏଥିଲାଗି ଶ୍ରୀ ଦେଓରଞ୍ଜନ ସିଂହ (ଆଇଏଏସ୍) ଚେୟାରମ୍ୟାନ ରାଜ୍ଯ ଖଣି ନିଗମ, ଶ୍ରୀ ବଲବନ୍ତ ସିଂହ (ଆଇଏଏସ୍) ଏମଡି(ଓଏମସି), ଶ୍ରୀ ବିଭୂତି ଭୂଷଣ ନାୟକ, ଆଞ୍ଚଳିକ ପରିଚାଳକ,ରାଜ୍ଯ ଖଣି ନିଗମ ଏବଂ ଠିକାଦାର କେସିସି ଏବଂ କୁଏସ୍ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ସେମାନେ ଚେତାବନୀ ଦେଇଛନ୍ତି

କେନ୍ଦୁଝର ଜିଲ୍ଲା ରୁ ରତିରଞ୍ଜନ ଓ ପ୍ରଶାନ୍ତ ପ୍ରଦାନ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update