Search
Close this search box.

ପାଞ୍ଚରାତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ନର୍ତ୍ତକୀ ନୁର୍ତ୍ୟ |ସଂସ୍କୃତି ନାଁ ଅପ ସଂକୃତି | ସାଧାରଣ ରେ ପ୍ରଶ୍ନବାଚୀ

(ପାଞ୍ଚରାତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ନର୍ତ୍ତକୀ ନୁର୍ତ୍ୟ |ସଂସ୍କୃତି ନାଁ ଅପ ସଂକୃତି | ସାଧାରଣ ରେ ପ୍ରଶ୍ନବାଚୀ )

|ଜଗତସିଂହପୁର
ତା =25/7/23
ପାବନ ପୁରୁଷୋତମ ମାସ ଉପଲକ୍ଷେ ସ୍କନ୍ଦ ପୂରଣ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ପରାୟଣ ଓ ପ୍ରବଚନ କୁ ନେଇ ଜଗତସିଂହପୁର ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଜୁଲାଇ ଉଣେଇସି ତାରିଖ ଠାରୁ ତେଇଶି ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା |
ଏହି ପାଞ୍ଚଦିନ ବ୍ୟାପି କାର୍ଯ୍ୟକ୍ରମ ରେ ବାବା ସତ୍ୟାନନ୍ଦ ଦାସ ଜଗନ୍ନାଥ ସଂସ୍କୃତି, ପରମ୍ପରା ଉପରେ ପ୍ରବଚନ ଦେଉଥିବା ବେଳେ କେତେକ ଅପସଂକୃତି ସମ୍ପର୍ଣ୍ଣ ବ୍ୟକ୍ତି ମାନଙ୍କ ଦ୍ଵାରା ଗୀତ ଓ ସ୍ୱର ର ତାଳେ ତାଳେ ନର୍ତ୍ତକୀ ନୁର୍ତ୍ୟ ପାରିବେଷିତ ହେଉଥିଲା | ଯାହା ଆଧ୍ୟାତ୍ମିକ ପ୍ରବଚନ ଶୁଣିବାକୁ ଆସିଥିବା ବ୍ୟକ୍ତି ଙ୍କ ମାନଙ୍କୁ ବିଚଳିତ କରୁଥିଲା | ଆଧ୍ୟାତ୍ମିକ ପ୍ରବଚନ ରେ ନର୍ତ୍ତକୀ ନୁର୍ତ୍ୟ ଆମ ସଂସ୍କୃତି କୁ କୁଠାରଘାତ କରୁଛି | ତେବେ ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ ଆୟୋଜିତ ପାଞ୍ଚରାତ୍ର କାର୍ଯ୍ୟକ୍ରମ ରେ ଅପ ସଂସ୍କୃତି ସମ୍ପର୍ଣ୍ଣ ପ୍ରାୟୋଜିତ କାର୍ଯ୍ୟକ୍ରମ କୁ ଜଗତସିଂହପୁର ଜ଼ିଲ୍ଲା ଶ୍ରୀ ଜଗନ୍ନାଥ ଚେତନାସୁରକ୍ଷା ପରିଷଦ ସଂଯୋଜକ ସରୋଜ କୁମାର ନାୟକ, ବେଣୁଧର ନାୟକ, ପ୍ରମୁଖ ଦୃଢ଼ ନିନ୍ଦା କରିଛନ୍ତି | ସଂସ୍କୃତି ର ରକ୍ଷକ ସାଜି ଯଦି ଅପସଂସୃତି କୁ ଆପଣାନ୍ତି ତେବେ ପଥଭ୍ରଷ୍ଟ ମାନବ ସମାଜ କଳିର କାଲିମା ପ୍ରତି ଅଗ୍ରସର ହେବା ନିଶ୍ଚିତ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

You May Like This

× How can I help you?