ଭୁବନେଶ୍ବରରେ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରେ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବାପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତିଙ୍କ ବ୍ୟାରିକେଡ ବିମାନବନ୍ଦରରୁ ସିଧାସଳଖ ରାଜଭବନ ଅଭିମୁଖେ ଆସିଛି।

ଏୟାରପୋର୍ଟରୁ ବାହାରିବାବେଳେ ଗାଡ଼ିରୁ ଓହ୍ଲାଇଥିଲେ ରାଷ୍ଟ୍ରପତି। ଗାଡ଼ିରୁ ଓହ୍ଲାଇବା ପରେ ଚାଲି ଚାଲି ଲୋକଙ୍କ ପାଖକୁ ଯାଇଥିଲେ। ବିମାନମନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଆସିଥିବା ଲୋକଙ୍କ ପାଖକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଇଥିଲେ। ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଆଦିବାସୀ ନୃତ୍ୟ ପରିବେଷିତ ହେଉଥିଲା। ଆଦିବାସୀ ସାଂସ୍କୃତିକ ନୃତ୍ୟ ଦଳ ପାଖକୁ ଚାଲି ଚାଲି ଯାଇଥିଲେ। ଆଜି ରାଜଭବନରେ ରାଷ୍ଟ୍ରପତି ରାତ୍ରି ଯାପନ କରିବା କାର୍ଯ୍ୟକ୍ରମ ରହିଛି।
ସୋର୍ସ news

File photo

Recent Post

Live Cricket Update