( ଜ଼ିଲ୍ଲାପାଳ ଙ୍କ ଦ୍ଵାରା ଦେବେନ୍ଦ୍ର ମଲ୍ଲିକ ଜିଲ୍ଲାସ୍ଥରୀୟ
ସ୍କାଭେଞ୍ଜର ସର୍ଭେ କମିଟି ସଦସ୍ୟ ମନୋନୀତ,)
ଜଗତସିଂହପୁର
ତା =26/7/23
ଜଗତସିଂହପୁର ଜିଲ୍ଲାସ୍ଥରୀୟ ଅନୁସୂଚିତ ଜାତି ଜନଜାତି ବିଭାଗର ଅଧୀନରେ ଥିବା ମାନୁଆଲ ସ୍କାଭେଞ୍ଜର ଓ ସେମାନଙ୍କ ଥଇଥାନ ଵିଧି ବ୍ୟବସ୍ଥା ନିଷେଧାଦେଶ ଓ ଥଇଥାନ କାର୍ଯ୍ୟକାରିତାକୁ ନେଇ ଏକ ସର୍ଭେ କମିଟିରେ ତିର୍ତୋଲ ଅଂଚଳର ସମାଜସେବୀ ଦେବେନ୍ଦ୍ର କୁମାର ମଲ୍ଲିକ ମନୋନୀତ ହୋଇଥିବା ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପରୁଲ ପଟୁୱାରୀଙ୍କ ଅନୁମୋଦନରେ ମନୋନୀତ ହୋଇଥିବା ଏକ ବିଜ୍ଞପ୍ତି ରୁ ଜଣାପଡିଛି | ଶ୍ରୀ ମଲ୍ଲିକ ବର୍ତମାନ ଜିଲ୍ଲା ଭିଜିଲାସନ୍ସ ମନିଟରିଙ୍ଗ କମିଟି ସଦସ୍ୟ, ଜିଲ୍ଲା ଉପଭୋକ୍ତl ସୁରକ୍ଷା ପରିଷଦ ସଦସ୍ୟ ଏବଂ ତିର୍ତୋଲ ବ୍ଲକ ଆତ୍ମା ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି ଶ୍ରୀ ମଲ୍ଲିକ ସମସ୍ତ କାର୍ଯ୍ୟକୁ ନିଷ୍ଠାର ସହିତ ପାଳନ କରୁଥିବାରୁ ଜିଲ୍ଲାପାଳ ପୁନର୍ବାର ତାଙ୍କୁ ଜିଲ୍ଲାସ୍ଥରୀୟ ସର୍ଭେ କମିଟିର ସଦସ୍ୟ ମନୋନୀତ କରିଥିବା ଜଣାପଡିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ