ସୟଦପୁର ପଞାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ସୟଦପୁର ପଞାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ
ବିକାଶରେ ଅର୍ଥ ବାଧକ ହେବନି
ବୋଲି ପ୍ରକାଶ କରିଥିଲେ

ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସୟଦପୁର ପଞାୟତରେ ବିଧାୟିକାଙ୍କ ଅନୁଦାନ ପାଣ୍ଠି ଏବଂ ପଞାୟତ ସମିତି ପାଣ୍ଠିରେ ନିମିତ୍ତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ ସ୍ଥାନୀୟ ବିଧାୟିକା ତଥା ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ। କାର୍ଯ୍ୟକ୍ରମ ମଧ୍ୟରେ ସୟଦପୁର ପଞାୟତ ସ୍ବାସ୍ଥ୍ୟ ଉପକେନ୍ଦ୍ର,ମାଦ୍ରସା ନୋରିଆ ସ୍କୁଲ ଓ ଗୟାଶୁଦ୍ଧିନ ହେରିଟେଜ ଗେଟ୍ ଭଳି ବିଭିନ୍ନ ପ୍ରକଳ୍ପର ଶୁଭ ଉନ୍ମୋଚନ କରିବା ସହ ଆଗକୁ ସୟଦପୁର ପଞାୟତରେ ଥିବା ବିଭିନ୍ନ ସମସ୍ୟାର ଯଥାଶୀଘ୍ର ସମାଧାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଉପାଧ୍ୟକ୍ଷ ସେକ ଏରସାଦ, ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ସରପଞ୍ଚ ତଥା ବିଂଝାରପୁର ବ୍ଳକ ଯୁବ ବିଜୁଜନତା ଦଳର ଉପ ସଭାପତି, ସମାଜସେବୀ ଏସକେ ଏମଡି ସବିର (ରାଜା), ବିଂଝାରପୁର ବିଜେଡି ର ସମ୍ପାଦକ ଫରିଦ ଖାନଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update