ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାସ ଲିମିଟେଡ଼ ର ଗୁଣ୍ଡା ରାଜ

( ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାସ ଲିମିଟେଡ଼ ର ଗୁଣ୍ଡା ରାଜ )
ଜଗତସିଂହପୁର
ତା =27/7/(ନି ପ୍ର )
ଜଗତସିଂହପୁର ଖେରସ ଛକ ସ୍ଥିତ ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାସ ଲିମିଟେଡ଼ କର୍ମଚାରୀ ଙ୍କ ଗୁଣ୍ଡାରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଲୋନୀ ଙ୍କ ବକେୟା କିସ୍ତି ଟଙ୍କା ବାକି ଥିବାରୁ ଲୋଡ଼ ଗାଡି କୁ ବିଚ ରାସ୍ତା ରୁ ଭିଡି ନେଇ ଏକ ଲକ୍ଷ ଟଙ୍କା ଲାଞ୍ଚ ଦିଅ ଏବଂ ଦୁଇଟି କିସ୍ତି ଦିଅ ମୁଁ ତୁମ ଗାଡିଛାଡିଦେବି ନଚେତ ଅନ୍ୟତ୍ର ବିକ୍ରି କରିଦେବୁ କଣ କରିବାର ଅଛି କର ବୋଲି ଧମକ ଦେବା ସଂକ୍ରାନ୍ତରେ ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି | ଖବର ନେବାରେ ଜଣାପଡିଛି ଜଗତସିଂହପୁର ଅଲଣାହାଟ ଶାଳଜଙ୍ଗ ଗ୍ରାମର ଭରତ ମିଶ୍ର ଙ୍କ ପୁଅ ଦିଲ୍ଲୀପ କୁମାର ମିଶ୍ର ଜୁଲାଇ ଚାରି ତାରିଖ ରେ ଚଉଦଚକିଆ ଟ୍ରକ କୁ ଚଣ୍ଡିଖୋଲ ନିକଟରୁ ଶ୍ରୀରାମ ଫାଇନାସ କର୍ମଚାରୀ ଙ୍କ ଗୁଣ୍ଡା ଜୋର ଜବରଦସ୍ତ ଗାଡି ଭିଡି ନେଇଯାଇଥିଲେ | ତା ପରେ ଲୋନୀ ଦିଲ୍ଲୀପ ମିଶ୍ର ଜଗତସିଂହପୁର ଜିଲ୍ଲା କଜୋମର ଫୋରମ ରେ କେଶ ଦାୟର କରି କୋଟ ନିର୍ଦେଶ ମୁତାବକ ବକେୟା ଅର୍ଥ ରାଶିର ତିରିଶି ପ୍ରତିଶତ ଡିପୋଜିଟ କରି ଗାଡି ନେବେ ଏବଂ ମାସକ ପରେ ବକେୟା ଖିଲାପ ଅର୍ଥରାଶି କୋଡିଏ ପ୍ରତିଶତ ଜମା କରିବେ ବୋଲି କୋଟ ନିଦ୍ଧେଶ ଦେଇଥିଲେ | ହେଲେ କନଜୁମର କୋଟ ର ନିର୍ଦେଶ କୁ ମାନିନଥିଲେ | ବରଂ ମ୍ୟନେଜର ଏକ ଲକ୍ଷ ଟଙ୍କା ଲଞ୍ଚ ଏବଂ ଦୁଇଟି କିସ୍ତି ଦିଅ ମୁଁ ଗାଡିଛାଡ଼ିବି ବୋଲି ଦିଲ୍ଲୀପ ମିଶ୍ର ଙ୍କୁ କହିଥିଲେ |ଏ କଥାରେ ଦିଲ୍ଲୀପ ମିଶ୍ର ରାଜି ନ ହେବାରୁ ତାଙ୍କ ସହ ବଚସା ହୋଇଥିଲା | ଯାହା ଫଳରେ ଶ୍ରୀ ରାମ ଫାଇନାସ କମ୍ପାନୀ ଲୋନୀ ଦିଲ୍ଲୀପ ଙ୍କ ନାମରେ ଜଗତସିଂହପୁର ଥାନା ରେ ମିଥ୍ୟା ଅଭିଯୋଗ କରିଥିଲେ |ଏହାକୁ ନେଇ ଦିଲ୍ଲୀପ ମିଶ୍ର ନ୍ୟାୟ ପାଇବା ନିମନ୍ତେ କୋଟ ରେ ଦ୍ଵାରସ୍ତ ହୋଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

You May Like This