ଟାଟାଷ୍ଟିଲ କମ୍ପାନୀ ବିରୁଦ୍ଧରେ ତାତିଲେଣି ଯୋଡା ଅଞ୍ଚଳର ଜନସାଧାରଣ।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡିଏ ଖଣି କମ୍ପାନି ଗଢି ଉଠିଛି, ଏବଂ କିଛି ଖଣି କମ୍ପାନୀ ମାନଙ୍କ ଲାଭଖୋର ମନବୃତି ଓ ମନମୁଖୀ କାର୍ଯ୍ୟ ଯୋଗୁ ଏହି ଜିଲ୍ଲାରେ ଅନେକ ସମୟରେ ଅନେକ ସ୍ଥାନରେ ଜନଆସୋନ୍ତସ ଦେଖାଦେଇଥାଏ। ସେହିଭଳି ଏକ କମ୍ପାନୀ ବିରୁଦ୍ଧରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ତଥା ଯୋଡା ଥାନା ଅଧୀନରେ ଥିବା ଟାଟା ଷ୍ଟିଲ କମ୍ପାନୀ ବିରୁଦ୍ଧରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଟାଟାଷ୍ଟିଲ କମ୍ପାନୀ ବିରୁଦ୍ଧରେ ଅଞ୍ଚଳ ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି କି ଟାଟା ଷ୍ଟିଲ କମ୍ପାନୀ ଦୀର୍ଘ ବର୍ଷରୁ ଏହି ଯୋଡା ବ୍ଲକ ଅନ୍ତର୍ଗତ ରେ ତାର ଖଣି କାର୍ଯ୍ୟ ଓ ପ୍ଲାଣ୍ଟ ପ୍ରତିଷ୍ଠା କରି କୋଟିକୋଟି ଟଙ୍କାର ଲାଭ କରୁଥିବା ବେଳେ, ଅଞ୍ଚଳ ବାସିନ୍ଦା ମାନଙ୍କୁ ଟିକିଏ ମୌଳିକ ସୁବିଧା ମଧ୍ୟ ଯୋଗାଇଦେଉନଥିବା ଅଭିଯୋଗ କରିଛନ୍ତି। ଏବେ ଆଉ ଏକ ସଙ୍ଗୀନ ଅଭିଯୋଗ ଆସିଛି ଏହି ଯୋଡା ସ୍ଥିତ ଟାଟାଷ୍ଟିଲ କମ୍ପାନୀ ବିରୁଦ୍ଧରେ। ଟାଟାଷ୍ଟିଲ କମ୍ପାନୀ ତାର ନାମର ବହାବାହି ପାଇଁ ଏକ ଚକ୍ରାନ୍ତ ଚଳାଇଛି ଟାଟାଷ୍ଟିଲ କମ୍ପାନୀ। ଦୀର୍ଘ ବର୍ଷରୁ ଯୋଡା କଳାପାହାଡ ଠାରେ ନିର୍ମାଣ ହୋଇଥିବା ଯୋଡା ପୌରପାଳିକା ମୁଖ୍ୟ ପ୍ରବେଶ ଫାଟକ କୁ ନିଜ ନାମରେ ନାମିତ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି ଟାଟାଷ୍ଟିଲ କମ୍ପାନୀ, ଯାହାକି ଏହି ମୁଖ୍ୟ ପ୍ରବେଶ ଫାଟକ ଅଞ୍ଚଳର ବିଭିନ୍ନ ବର୍ଗ ଓ ପରମ୍ପରା କୁ ନେଇ ଅତି ସୁନ୍ଦର୍ କାରୁକାର୍ଯ୍ୟ ରେ ଖଚିତ ହୋଇ ନିର୍ମାଣ ହୋଇଥିବା ବେଳେ ଟାଟାଷ୍ଟିଲ କମ୍ପାନୀ ନିଜ ନାମରେ ନାମ ଫଳକ ଲଗାଇବାକୁ ଅପଚେଷ୍ଟା ଚଳାଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସିନ୍ଦା। ଯୋଡା ପୌରପାଳିକା ଅନ୍ତର୍ଗତରେ ଅନେକ ସମସ୍ୟା ତଥା ଯୋଡା ପୌରପାଳିକା ଅନ୍ତର୍ଗତ ରେ ଟାଟାଷ୍ଟିଲ ର ଏକ ମେଡିକାଲ ରହିଅଛି, ଟାଟାଷ୍ଟିଲ ମେଡିକାଲ ରେ ଅଞ୍ଚଳ ବାସିନ୍ଦା ମାନଙ୍କୁ ଟାଟାଷ୍ଟିଲ କତୃପକ୍ଷ ଚାହିଁଲେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଇ ପାରନ୍ତେକିନ୍ତୁ ଟାଟାଷ୍ଟିଲ କମ୍ପାନୀ କତୃପକ୍ଷଙ୍କ ସେଭଳି କିଛି ଆନ୍ତରିକତା ନଥିବା ଭଳି ମନେହୁଏ। ଯୋଡା ର ଏହି ପ୍ରବେଶ ଫାଟକ ରେ ଅଞ୍ଚଳ ବାସିନ୍ଦା ମାନଙ୍କ ଭାବାବେଗ ଜଡ଼ିତ ଥିବା ବେଳେ ଏହା ଅଞ୍ଚଳର ବିଭିନ୍ନ କଳାକୃତି ଓ ଅଞ୍ଚଳର ପ୍ରାକୃତିକ ଜୀବଜନ୍ତୁ ସୋନ୍ଦଜ୍ୟ କୁ ନେଇ ନିର୍ମାଣ ହୋଇଛି, ଟାଟାଷ୍ଟିଲ କମ୍ପାନୀ କତୃପକ୍ଷ ଚାହିଁଲେ ଅଞ୍ଚଳର ବିଭିନ୍ନ ସମସ୍ୟା ର ସମାଧାନ ବା ନିରାକରଣ କରିପାରନ୍ତେ କିନ୍ତୁ ତାହା ନକରି ଶୁଖିଲା ବାହାସ୍ପୋଟ ନେବାକୁ ଅପଚେଷ୍ଟା କରୁଛନ୍ତି ଟାଟାଷ୍ଟିଲ କମ୍ପାନୀ କତୃପକ୍ଷ, ଟାଟାଷ୍ଟିଲ ର ଏପରି କାର୍ଯ୍ୟକୁ ବିରୋଧ କରୁଛନ୍ତି ଅଞ୍ଚଳର ବାସିନ୍ଦା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।