ମାନବିକ ଅଧିକାର ଓ ଲୋକାଭିମୁଖୀ ସରକାର!!!
ଆମ ସାନ୍ଦା ଗ୍ରାମ ପଞ୍ଚାୟତର ବାଲିପସି ପଡ଼ାଗ୍ରାମର ତେନ୍ତୁଳିପଡ଼ା ସାହିଟି ୨୦ଟି ଗରିବ ଜନଜାତିର ପରିବାରଙ୍କୁ ନେଇ ଗଠିତ। ବିଗତ ଦିନରେ ସରକାରୀ ଯୋଜନାରେ ଏଠିକାର ଲୋକଙ୍କୁ ବିଦ୍ୟୁତ୍ ଯୋଗାଣ ହୋଇଥିଲା। ମାତ୍ର ଗତ ତା.୦୫/୧୨/୨୦୨୨ ଠାରୁ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ି ଯିବାରୁ ସେଠାକୁ ଅଦ୍ୟାବଧି ପୁନଃ ବିଦ୍ୟୁତ୍ ଯୋଗାଣ ସମ୍ଭବ ହୋଇ ପାରିନାହିଁ। ଗ୍ରାମବାସୀମାନେ ପୁନଃ ବିଦ୍ୟୁତ୍ ଯୋଗାଣ ପାଇଁ ବହୁଥର ଉଦ୍ୟମ କରି ମଧ୍ୟ ବିଫଳ ହୋଇଛନ୍ତି। ଜଙ୍ଗଲିଆ ଜାଗାରେ ବାସ କରୁଥିବା ଏହି ଗରିବ ଲୋକମାନେ ବର୍ତ୍ତମାନରେ ସରକାରୀ ଯୋଜନାରେ କିରୋସିନି ଯୋଗାଣ ମଧ୍ୟ ବନ୍ଦ ଥିବାରୁ ରାତିରେ ଆଲୁଅ ବ୍ୟବସ୍ଥା କରିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏକବିଂଶ ଶତାବ୍ଦୀରେ ମଧ୍ୟ ଏକ ସୁସ୍ଥ ବାତାବରଣରେ ବଞ୍ଚିବାର ଅଧିକାରରୁ ସେମାନେ ବଞ୍ଚିତ। ବାସ୍ତବରେ ଏକ ଜନମଙ୍ଗଳ ରାଷ୍ଟ୍ରରେ ତଥାକଥିତ ଲୋକାଭିମୁଖୀ ସରକାରଙ୍କ ମାନବିକ ଅଧିକାର ସୁରକ୍ଷା ଦିଗରେ ଏତାଦୃଶ ହୀନମନ୍ୟତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମାନବିକତା ଦୃଷ୍ଟିକୋଣରୁ ଅବହେଳିତ ପରିବାର ଗୁଡ଼ିକୁ ଆଶୁ ବିଦ୍ୟୁତ୍ ଯୋଗାଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିବେଦନ କରୁଛୁ।
#TPCODL