Search
Close this search box.

ବିଦ୍ୟୁତ୍ ଆଘାତ ରେ ମୃତ୍ୟୁ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ।

ବିଦ୍ୟୁତ୍ ଆଘାତ ରେ ମୃତ୍ୟୁ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ।

ପୁଅକୁ ବିଦ୍ୟୁତ୍ ଆଘାତରୁ ବଞ୍ଚାଇବାକୁ ଯାଇ ବାପାର ଜୀବନ ଗଲା ପୁଅ ଗୁରୁତର ଅବସ୍ଥାରେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଚୌଦ୍ଵାର ଅନ୍ତର୍ଗତ ଆଗ୍ରାହାଟ ପଞ୍ଚାୟତ ସ୍ଥିତ ଲକ୍ଷ୍ମୀ ବିହାର ଅଞ୍ଚଳରେ । ବିଦ୍ୟୁତ୍ ବିଭାଗର ବେପୁରିଆ କାର୍ଯ୍ୟ ପାଇଁ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଚୌଦ୍ଵାର ଚାରବାଟିଆ ମଙ୍ଗରାଜପୁର ରାସ୍ତାକୁ ପ୍ରାୟ ୪ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅବରୋଧ କରିଥିଲେ । କ୍ଷତିପୂରଣ ବାବଦରେ ୨ଲକ୍ଷ ଟଙ୍କା ପ୍ରଦାନ ସହିତ ମୃତକଙ୍କ ସ୍ତ୍ରୀକୁ ନିଯୁକ୍ତି ପ୍ରଦାନ କରିବାର ବିଦ୍ୟୁତ୍ ବିଭାଗ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ସୂଚନା ଅନୁଯାୟୀ ପାଚେରୀ ନଥାଇ ଖୋଲାରେ ରହିଥିବା ବିଦ୍ୟୁତ୍ ଟ୍ରାନ୍ସଫୋରମରରୁ ବିଦ୍ୟୁତ୍ ତାର ରାସ୍ତାରେ ଝୁଲୁଥିବା ଅବସ୍ଥାରେ ଲକ୍ଷ୍ମୀ ବିହାର ଅଞ୍ଚଳର ୧୦ ବର୍ଷର ପିଲା ଗୋପାଳ ସିଧୁ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲା । ପିଲାକୁ ବଞ୍ଚାଇବାକୁ ଯାଇ ତା ବାପା ଟୁନା ସିଧୁ କରେଣ୍ଟ ଥିବା ତାରକୁ ଭିଡ଼ି ଦେବାରେ ବାପା ଓ ପୁଅ ବିଦ୍ୟୁତ୍ ଆଘାତରେ ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରେ ପଡ଼ିରହିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ ଡାକ୍ତରଖାନା ନେଇଥିଲେ । ପୁଅ ବଞ୍ଚି ଯାଇଥିଲେ ମଧ୍ୟ ତାର ହାତ ପାପୁଲି ଛିଣ୍ଡି ଯିବା ସହିତ ତାର ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ହୋଇଛି । ମାତ୍ର ବାପା ଚିକିତ୍ସା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୂଜ।

Recent Post

Live Cricket Update

You May Like This

× How can I help you?