ଅଗଷ୍ଟ ୬ରେ ହେବାକୁ ଥିବା ଅମିନ ପରୀକ୍ଷା ୨୦କୁ ଘୁଞ୍ଚିଲା
ଭୁବନେଶ୍ୱର: ଅଗଷ୍ଟ ୬ରେ ହେବାକୁ ଥିବା ଅମିନ ପ୍ରିଲିମିନାରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଅନିର୍ବାର୍ୟ୍ୟ କାରଣ ଯୋଗୁଁ ଏହି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଓଡ଼ିଶା ରାଜ୍ୟ ପ୍ରବରଣ ଆୟୋଗ (ଓଏସ୍ଏସ୍ସି)ସଚିବ ସୂଚନା ଦେଇଛନ୍ତି । ଆସନ୍ତା ୨୦ ତାରିଖରେ ଅମିନ ପ୍ରିଲିମିନାରୀ ପରୀକ୍ଷା ହେବ ବୋଲି ଓଏସ୍ଏସ୍ସି ଅଧ୍ୟକ୍ଷ ଅଭୟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ୨୦୨୨ ଡିସେମ୍ବର ୨୭ ତାରିଖରେ ଓଏସ୍ଏସ୍ସି ବିଜ୍ଞପ୍ତି ଅନୁସାରେ ନଗର ଉନ୍ନୟନ ବିଭାଗରେ ନିଯୁକ୍ତି ପାଇବାକୁ ଥିବା ଅମିନ ପ୍ରିଲିମିନାରୀ ପରୀକ୍ଷା ଅଗଷ୍ଟ ୬ ତାରିଖରେ ହେବାକୁ ଥିଲା । ତେବେ ଓଏସ୍ଏସ୍ସି ପରିଚାଳନା କରୁଥିବା ଜେଇ(ମେନ୍) ସିଭିଲ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା ନେଇ ଏବେ ସଂସ୍ଥା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରୁଛି । ତେଣୁ ପରୀକ୍ଷା ଘୁଞ୍ଚିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ସୋର୍ସ news