ଖଜୁରିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଛାତ୍ର ଛାତ୍ରୀ ଦ୍ଵାରା ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା.
ବ୍ରହ୍ମପୁର (ଖଜୁରିଆ ).ଗୋଟିଏ ଶିଶୁକୁ ଉତ୍ତମ ନାଗରିକ ରୂପେ ଗଢି ତଳିବା ପାଇଁ ଶିକ୍ଷକ ଓ
ଶିକ୍ଷୟତ୍ରୀ ଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ. ପ୍ରତେକ
ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ଯେପରି ସେହ୍ଣ ଭାବ ଦେଇଥାନ୍ତି ସେହି ପରି
ପ୍ରତେକ ଛାତ୍ର ଛାତ୍ରୀ ପ୍ରତେକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସେହିପରି ସେହ୍ନ ଭାବ ଦେଇଥାନ୍ତି. ଆଜି ଏହିପରି ଏକ ସେହ୍ଣ ଭରା ଦୃଶ୍ୟ ଦେଖିବାକୁ ମିଳିଛି ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଖଜୁରିଆ ଗ୍ରାମର ଉଚ୍ଚପ୍ରାଥମିକ
ବିଦ୍ୟାଳୟ ଠାରେ. ଏହି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କୁନି କୁମାରୀ ଦେବୀ ଦୀର୍ଘ 1994 ପର ଠାରୁ ବା 29 ବର୍ଷ କାଳ
ଏହି ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀରୂପେ କାର୍ଯ୍ୟ
ଭାର ସମ୍ଭାଳି ଆସୁଥିଲେ.ତାଙ୍କ କାର୍ଯକାଳ ମଧ୍ୟରେ ଅନେକ ଛାତ୍ର ଛାତ୍ରୀ ଜୀବନ ଗଢି
ତଳିଛନ୍ତି.ଶ୍ରୀମତୀ କୁନି କୁମାରୀ ଦେବୀ ଅବସର ସମୟରେ ଏକାକୀ ଏହି ସ୍କୁଲର ସମସ୍ତ ଶ୍ରେଣୀର କାର୍ଯ୍ୟାଭାର ସମ୍ଭାଳୁ ଥିଲେ କାରଣ ଏହି ସ୍କୁଲ ଟି ପାଇଁ କୌଣସି ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ହୋଇନଥିଲେ ଯାହା ଫଳରେ ଖଜୁରିଆ ଛାତ୍ର ଛାତ୍ରୀଉଚ୍ଚ ପ୍ରାଥମିକ
ବିଦ୍ୟାଳୟର ପୂର୍ବତନ ଛାତ୍ର ଛାତ୍ରୀଙ୍କ ଏକତ୍ରିତ ହୋଇ ଶ୍ରୀମତୀ କୁନି କୁମାରୀ ଦେବୀ ଅବସର କାଳିନ ସମ୍ବର୍ଦ୍ଧନା
ଉତ୍ସବକୁ ଉତ୍ସାହର ସହ ପାଳନ କରିଥିଲେ.
ଏହି ଉତ୍ସବରେ ଵିଇଓ ଦେବେନ୍ଦ୍ର ବେହେରା ଏ ଵିଇଓ ଜଗନାଥ ଭୂୟାଁ,ସରପଞ୍ଚ ମମତା ନାହାକ,ପୂର୍ବତନ ସିଆରସି ଗୌରାଙ୍ଗ ବେହରା ମଞ୍ଚାସିନ ଥିବା ବେଳେ ବଳରାମ
ସାମଲ, ଲିଙ୍ଗରାଜ ମହାରଣା,ଉଦ୍ଧବ ବିଶ୍ୱାଳ,
ଜୟସେନ ସାମଲ, ସନ୍ତୋଷ ସାହୁ, ସନ୍ତୋଷ
ସ୍ୱାଇଁ,କବିରାଜ ସ୍ୱାଇଁ,ପ୍ରଦୀପ ନାହାକ,ମୁନା ସାମଲ ଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଓ ଗ୍ରାମ ବାସୀ କାର୍ଯ୍ୟକ୍ରମକୁ ପରିଚଳନା କରିଥିଲେ।