ଅଦ୍ୟ ତା ୩୦/୦୭/୨୦୨୩ ରିଖ ରବିବାର ସୌର ବ୍ରାହ୍ମଣ ପରିଷଦ ଢେଙ୍କାନାଳ ତାର ପ୍ରଥମ ସ୍ୱ ନକ୍ଷତ୍ର ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ଠାରେ ପାଳନ କରିଛି l କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରା ଯାଇଥିଲା l ମଞ୍ଚାସୀନ ଅତିଥି ଥିଲେ ପଣ୍ଡିତ ରଘୁନାଥ ଦାସ, ରାଜ୍ୟ ସୌର ବ୍ରାହ୍ମଣ ପରିଷଦ ର ସଭାପତି, ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ନାୟକ ରାଜ୍ୟ ସୌର ବ୍ରାହ୍ମଣ ପରିଷଦ ର ସହ ସମ୍ପାଦକ , ଶ୍ରୀଯୁକ୍ତ ପୁରୁଷୋତ୍ତମ ନାୟକ , ଢେଙ୍କାନାଳ ଜିଲ୍ଲା ସଭାପତି, ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ନାୟକ , ଜିଲ୍ଲା କୋଷାଧ୍ୟକ ,ଶ୍ରୀଯୁକ୍ତ ଅମୀୟ କୁମାର ନାୟକ ,ଜିଲ୍ଲା ସମ୍ପାଦକ, ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ , ଶ୍ରୀଯୁକ୍ତ ଗଗନ ବିହାରୀ ଆଚାର୍ଯ୍ୟ, ଡ଼. ପ୍ରମୋଦ ଆଚାର୍ଯ୍ୟ , ଶ୍ରୀଯୁକ୍ତ ଭରତ ଚନ୍ଦ୍ର ନାୟକ , ଶ୍ରୀଯୁକ୍ତ ଅଶୋକ ପଣ୍ଡିତ ରାୟ , ଶ୍ରୀଯୁକ୍ତ ପ୍ରଦୀପ ନାୟକ ପ୍ରମୁଖ ମଞ୍ଚ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ରାଜ୍ୟ ସଭାପତି ରଘୁନାଥ ଦାସ କହିଥିଲେ ଯେ ଶାସ୍ତ୍ରରେ ଗ୍ରହ ବିପ୍ର ମାନକୁ ଶ୍ରେଷ୍ଠ ବୋଲି କୁହାଯାଇଛି, ସେମାନେ ସୁ ସାଧନା ବଳରେ ସମାଜ ର ପରିବର୍ତ୍ତନ କରିପାରିବେ l ପରେ ପରେ ଢେଙ୍କାନାଳ ସୌର ବ୍ରାହ୍ମଣ ପରିଷଦ ର ନବ ନିଯୁକ୍ତ କର୍ମ କର୍ତ୍ତା ମାନଙ୍କ ନାମ ରାଜ୍ୟ ସଭାପତି ଘୋଷଣା କରି ଥଲେ, ସେମାନେ ହେଲେ, ଜିଲ୍ଲା ସଭାପତି ପୁରୁଷୋତ୍ତମ ନାୟକ, ସମ୍ପାଦକ ପ୍ରଭାତ କୁମାର ନାୟକ, କୋଷାଧ୍ୟକ ନିର୍ମଳ ଚନ୍ଦ୍ର ନାୟକ,ମେଡ଼ିଆସେଲ ପ୍ରଭାରୀ ଉପସଭାପତି ଜ୍ୟୋତି ଶଙ୍କର ନାୟକ, ଉପସଭାପତି ସୁଭାଷ ଚନ୍ଦ୍ର ନାୟକ,ଯୁଗ୍ମ ସମ୍ପାଦକ ଦେବୀ ପ୍ରସାଦ ନାୟକ,ଯୁଗ୍ମ ସମ୍ପାଦକ ଦେବି ପ୍ରସାଦ ନାୟକ,କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ଅମୀୟ କୁମାର ନାୟକ,ସାଙ୍ଗଠନିକ ସମ୍ପାଦକ ମନୋଜ କୁମାର ନାୟକ ସାଙ୍ଗଠନିକ ସମ୍ପାଦକ ଅନ୍ତର୍ଯ୍ୟାମୀ ନାୟକ, ଲିଗାଲ ଆଡ଼ଭାଇଜର ଗିରିଜା ଶଙ୍କର ନାୟକ ଓ ସାଙ୍ଗଠନିକ ସମ୍ପାଦକ ହାରପ୍ରସାଦ ନାୟକଙ୍କୁ ସମ୍ମାନିତ କରିଥିଲେ l ସମ୍ପାଦକ ଅମୀୟ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ l ଯୁବ କବି ଦେବୀ ପ୍ରସାଦ ନାୟକ ସ୍ୱରଚିତ କବିତା ପାଠ କରିଥିଲେ l ସୁବାସ ଚନ୍ଦ୍ର ନାୟକ ଧନ୍ୟ ବାଦ ଦେଇଥିଲେ ll ଶ୍ରୀଯୁକ୍ତ ଅଚ୍ୟୁତା ନନ୍ଦ ନାୟକ ଓ ଦେବୀ ପ୍ରସାଦ ନାୟକ ମଞ୍ଚ ପରିଚାଳନା କରିଥିଲେ l ଦ୍ୱିତୀୟ ପର୍ଯ୍ୟାୟ ରେ ୬ ଜଣ ଗ୍ରହ ବିପ୍ର ଙ୍କ ସ୍ୱ ଲିଖିତ ତାଳପତ୍ର ଲିଖନ ଅତିଥି ମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା ଓ ସେ ୬ ଜଣଙ୍କୁ ସମ୍ମାନିତ କରା ଯାଇଥିଲା l ଆସିଥିବା ମହିଳା ମାନକୁ ମଧ୍ୟ ସମାନିତ କରାଯାଇଥିଲା l