ଧାନ ବିକ୍ରି ପଞ୍ଜିକରଣ ନିମନ୍ତେ ଜିଲ୍ଲାପାଳଙ୍କୁ ନିବେଦନ
ଢେଙ୍କାନାଳ,୩୧.୦୭.୨୦୨୩: ଖରିଫ ଧାନ ବିକ୍ରି ପାଇଁ ଫଚାୟତରେ ପଞ୍ଜିକରଣ ଖୋଲିବାକୁ ନେଇ ଗେଙ୍ଗୁଟିଆ ଗ୍ରାମ ପଂଚାୟତର ଚାଷୀମାନେ ଅଦ୍ୟ ଉପଜିଲ୍ଲାପାଳଙ୍କ ଜନଶୁଣାଣି ଅଭିଯୋଗରେ ଏକ ଲିଖ୍ତ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଗେଙ୍ଗୁଟିଆ ଗ୍ରାମପଂଚାୟତରେ ୨୦୨୩-୨୪ ବର୍ଷ ପାଇଁ ଖରିଫ ଧାନ ବିକ୍ରୟ ନିମନ୍ତେ ଏପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇନାହିଁ । ତେଣୁ ପ୍ରାୟ ପଂଚାୟତର ୫୦୦ରୁ ଉର୍ଦ୍ଧ୍ବ ଚାଷୀମାନେ ପଞ୍ଜିକରଣ କରିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତବର୍ଷ ଶକ୍ତି ମା’ ଗାୟତ୍ରୀ ସୟଂ ସହାୟକ ଗୋଷ୍ଠୀଙ୍କୁ ଧାନ ସଂଗ୍ରହ କରିବା ନିମନ୍ତେ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ଏହି ବର୍ଷ ପଞ୍ଜିକରଣ କରିବା ପାଇଁ ଗେଙ୍ଗୁଟିଆ ପ୍ରାଥମିକ କୃଷି ସମବାୟ ସମିତି ଓ ମା’ଗାୟତ୍ରୀ ସୟଂ ସହାୟକ ଗୋଷ୍ଠୀ ରୋକ୍ଠୋକ୍ ମନା କରିଦେଉଛନ୍ତି । ତେଣୁ ଗେଙ୍ଗୁଟିଆ ଗ୍ରାମପଂଚାୟତର ସମସ୍ତ ଚାଷୀ ଧାନ ବିକ୍ରି କରିବାରୁ ବଂଚିତ ହେଉଛନ୍ତି । ଏହାର ସମାଧାନ ନିମନ୍ତେ ଗେଙ୍ଗୁଟିଆର ଚାଷୀମାନେ ଖୁବ୍ ଶୀଘ୍ର ଧାନ ବିକ୍ରି ନିମନ୍ତେ ପଞ୍ଜିକରଣର ସୁବିଧା କରାଯିବା ପାଇଁ ଉପଜିଲ୍ଲାପାଳଙ୍କ ଜନଶୁଣାଣି ଅଭିଯୋଗ ରେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଏକ ଲିଖ୍ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ଅଭିଯୋଗ ବେଳେ ଗେଙ୍ଗୁଟିଆ ପଂଚାୟତ ୱାର୍ଡ ନଂ-୫ର ୱାର୍ଡସଭ୍ୟ ପ୍ରଦୀପ କୁମାର ମଲ୍ଲିକଙ୍କ ସହିତ ସାରଙ୍ଗ ସାହାଣୀ, ଗୋବର୍ଦ୍ଧନ ମଲ୍ଲିକ, ଆନନ୍ଦ ମଲ୍ଲିକ, ହିମାଂଶୁ ମଲ୍ଲିକ, ନରେଶ ମଲ୍ଲିକ, ବିନୋଦ ମଲ୍ଲିକ, ସାଗର ସାହୁ, ମୁରଲି ଧର ମଲ୍ଲିକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।