( ନିଖିଳ ଓଡିଶା ଭୋଇ ବିକାଶ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ଭୋଇ ସମାବେଶ ଅନୁଷ୍ଠିତ )
ଜଗତସିଂହପୁର
ତା =31/7/23
ଜଗତସିଂହପୁର ଜିଲ୍ଲା ସଦର ସଦର ମହକୁମା ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ନିଖିଳ ଓଡିଶା ଭୋଇ ସମାଜ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଭୋଇ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆବାହକ ଶଙ୍କର ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ସୁବର୍ଣ୍ଣ ବାରାହି ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ସଂସ୍କୃତି ଭବନରେ ଆୟୋଜିତ ଭୋଇ ସମାବେଶରେ ନିଖିଳ ଓଡିଶା ଭୋଇ ସମାଜ ବିକାଶ ପରିଷଦର ଭୁବନେଶ୍ୱରର ସଭାପତି ଲକ୍ଷ୍ମୀଧର ଭୋଇ | ସମାଜ ବିକାଶ ପରିଷଦ ସଭାପତି ଗିରିଶ ଚନ୍ଦ୍ର ନାୟକ | ଦଳିତ ସମାଜସେବୀ ସୁଶ୍ରୀ ତମନ୍ନା ଭୋଇ | ଅବସରପ୍ରାପ୍ତ ଓଡିଶା ପ୍ରଶାସନିକ ଅଧିକାରୀ ରତ୍ନାକର କାଣ୍ଡି | ବରିଷ୍ଠ ଦଳିତ ସମାଜସେବୀ ଲିଙ୍ଗରାଜ ଭୋଇ |ନାଥ କାଣ୍ଡି | ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଭୋଇ | ,ରାଜ୍ୟ ଆବାହକ ଦିବାକର ଭୋଇ ଯୋଗ ଦେଇ ଭୋଇ ସମାଜର ସମସ୍ତ ବ୍ୟକ୍ତି ସମାଜରେ ସମ୍ମାନର ସହ ବଂଚିବା ସହିତ ବାସଗୃହ | ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଭଳି ସୁବିଧା ପାଇବେ ସେ ସମ୍ପର୍କ ରେ ଆଲୋକପାତ କରାଯାଇଥିଲା । ରାଜ୍ୟ ର ତିରିଶି ଟି ଜ଼ିଲ୍ଲା ରୁ ପଞ୍ଚସହ ରୁ ଉର୍ଦ୍ଧ ଡେଲିଗେଟ ଏହି ସମାବେଶ ରେ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋଟ