କାଦୁଅ ରାସ୍ତା , ସ୍କୁଲ ଛାତ୍ରଛାତ୍ରୀଙ୍କ ଦୁର୍ଦ୍ଦଶା
ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଦିବ୍ୟ ଜୀବନ ଉଚ୍ଚ ବିଦ୍ୟାଳୟ ୫ଟି ବିଦ୍ୟାଳୟ ରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ସ୍କୁଲ କୁ ନା ଅଛି ଭଲ ରାସ୍ତା ନା କୌଣସି ବିକଳ୍ପ ବ୍ୟବସ୍ଥା । ସରକାର ଚକଚକିଆ ରଙ୍ଗମରା ବିଦ୍ୟାଳୟଟିଏ ସିନା ବନାଇ ଦେଲେ ,କିନ୍ତୁ ବର୍ଷା ଦିନରେ ବିଦ୍ୟାଳୟକୁ ପହଞ୍ଚି ପଠା ପଢ଼ିବା ଯେମିତି ପିଲା ମାନଙ୍କ ପାଇଁ ଦୁର୍ଦ୍ଦଶା ଆଣି ଦେଇଛି । ଏଭଳି ଖସଡ଼ା ଓ କାଦୁଅ ଭରା ରାସ୍ତା ହୋଇଛି ଯେ , ସେ ସାଇକେଲ ହେଉ କିମ୍ବା ଚାଲିଚାଲି ହେଉ କେହି ନା କେହି ଛାତ୍ର ଛାତ୍ରୀ ପଡ଼ିଯାଇ କାଦୁଅ ହେବାସହ ଖଣ୍ଡିଆ ଖାବରା ହେଉଛନ୍ତି । ଛାତ୍ର ଛାତ୍ରୀ ମାନେ ଅନେକ ସମୟରେ ସ୍କୁଲ ଯିବାକୁ ଅମଙ୍ଗ ହେବାସହ ସ୍କୁଲକୁ ନ ଯିବାକୁ ଜିଦଧରି ବସୁଛନ୍ତି । ବେଳେବେଳେ ବର୍ଷା ହେଉଥିବା ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ବାଧ୍ୟ ହୋଇ ଅଧା ବାଟରୁ ଫେରିବାକୁ ପଡ଼ୁଛି । ଏ ବିଷୟରେ ଗଣମାଧ୍ୟମ ର ପ୍ରତିନିଧି ମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକଙ୍କ ଉତ୍ତର ତାଜୁବ କରିଥିଲା । ପ୍ରଧାନ ଶିକ୍ଷକଙ୍କ କହିବା କଥା କି ସେ ନିଜେ ମଧ୍ୟ ଆସିବା ସମୟରେ ଦୁଇ ଚାରି ଥର ଏଭଳି କାଦୁଅ ରାସ୍ତାରେ ପଡ଼ି ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ଏହି ବିଦ୍ୟାଳୟଟି ଜାତୀୟ ରାଜପଥ ଠାରୁ ମାତ୍ର ତିନିଶହ ମିଟର ହୋଇଥିବା ବେଳେ ନାଲକୋ ଭଳି ଲାଭାର୍ଣିତ କାରଖାନାର ନିକଟରେ ତଥା ନାଲକୋ ପେରିଫେରି ଅଞ୍ଚଳ ହୋଇଥିଲେ ମଧ୍ୟ କମ୍ପାନୀ କର୍ତୁପକ୍ଷ ଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ଯାଇଛି । ଓଡ଼ିଶା ସରକାର ପ୍ରତ୍ୟେକ ପଞ୍ଚାୟତ କୁ ଖର୍ଚ୍ଚ ପାଇଁ ପ୍ରାୟ ପଚାଶ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବାରୁ ଗ୍ରାମବାସୀଙ୍କ ଅନୁରୋଧ ସେଥିରୁ କିଛି ଅର୍ଥରେ ଏହି ରାସ୍ତା ଟିକୁ ନିର୍ମାଣ କଲେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସବୁ ଦିନିଆ ରାସ୍ତା ପାଇ ପାରିବେ ।