ଦୁଇଦିନ ଧରି ଲଗାଣ ବର୍ଷାରେ ଚମ୍ପୁଆ ଅଂଚଳେରେ ବନ୍ୟା ପରିସ୍ଥିତି ଉପୁଜିଛି

ଦୁଇଦିନ ଧରି ଲଗାଣ ବର୍ଷାରେ ଚମ୍ପୁଆ ଅଂଚଳେରେ ବନ୍ୟା ପରିସ୍ଥିତି ଉପୁଜିଛି।

ଆଙ୍କର- କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ତଥା ଚମ୍ପୁଆ ବ୍ଲକରେ ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ଧୋଇଗଲା ପଡୁଆ ବାଗଡେଗା ନାଳର ପୋଲ। ଉପୁଜିଛି ବନ୍ୟା ପରିସ୍ଥିତି।ପୋଲ ଉପରେ ୩ ଫୁଟ ଉଚର ପାଣି ପ୍ରବାହିତ ହେଉଥିବାରୁ ୫ଟି ପଞ୍ଚାୟତ ର ଲୋକମାନଙ୍କ ଯାତାୟାତ ର ଗମନାଗମନ ଏକ ପ୍ରକାର ଠପ ହୋଇଯାଇଛି। ଏହିସବୁ ପଞ୍ଚାୟତ ର ଲୋକମାନେ ପ୍ରାୟତ ମୟୁରଭଞ ଜିଲ୍ଲା ଉପରେ ନିର୍ଭର କରୁଥିବା ବେଳେ ଏହି ପୋଲ ଯୋଗୁ ସଂପୃକ୍ତ ଅଞ୍ଚଳରୁ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି। ଯେଉଁଥିପାଇଁ ଅଞ୍ଚଳ ବାସିନ୍ଦା ମାନେ ଏକ ପ୍ରକାର ନିରୁପାୟ ହୋଇପଡ଼ିଛନ୍ତି। ସେହିପରି ଭଣ୍ଡା ଓ ପଡୁଆ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଚମ୍ପୁଆ ରେ ଗତ କାଲି ରାତିରେ ୧୦୦ ମିଲି ମିଟର ବର୍ଷା ହୋଇଥିବା ନେଇ ସୂଚନା। ଆଜି ସକାଳୁ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି। ଯଦି ବର୍ଷା ଅଧିକ ବଢେ ତେବେ ପରିସ୍ଥିତି ଆହୁରି ଜଟିଳ ହେବାନେଇ ଆଶଙ୍କା ସୃଷ୍ଟି ହୋଇଛି। ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଅଞ୍ଚଳ ବାସିନ୍ଦା ମାନଙ୍କୁ ସହାୟତା ପ୍ରଦାନ୍ କରାଗଲେ ଲୋକେ ଅନେକାଂଶରେ ଆଶ୍ୱସ୍ତି ଲାଭ କରିବେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।

Recent Post

Live Cricket Update

You May Like This