ଅଗଷ୍ଟ ୫ ତାରିଖରେ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା
ଭୁବନେଶ୍ୱର -ଆସନ୍ତା କାଲି ଅଗଷ୍ଟ ୫ ତାରିଖରେ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । ଶ୍ରୀ ଶାହା ଓଡ଼ିଶାରେ ବିମାନଯୋଗେ ଦିନକ ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦର ରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଏହି ଅବସରରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାଦ୍ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଓ ବିପର୍ଯ୍ୟୟ ପରିଚାଳନା କମିଟି ସମୀକ୍ଷା ବୈଠକ ବୈଠକରେ ଯୋଗଦେବେ। ଉକ୍ତ ଦୁଇ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ। ଏହି ସମୟରେ ଉଭୟ ରାଜରାସ୍ତା ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ।