ରୋଟାରୀ କ୍ଲବ ଭୁବନେଶ୍ୱର ଦ୍ଵାରା ସହରାଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଭୁବନେଶ୍ୱର – ରୋଟାରୀ କ୍ଲବ ଭୁବନେଶ୍ୱର ଦ୍ଵାରା ସହରାଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଭୁବନେଶ୍ୱର ସ୍ଥିତ କଲେଜ୍ ଅଫ୍ ଆଇ ଟି ଆଣ୍ଡ ମ୍ୟାନେଜମେଣ୍ଟ ଏଜୁକେଶନ (CIME) ଠାରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପ୍ରୋଜେକ୍ଟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବୃକ୍ଷ ରୋପଣ ଦ୍ବାରା କଲେଜ କ୍ୟାମ୍ପସ ଜରିଆରେ ସହରାଞ୍ଚଳରେ ଏକ ସବୁଜ ଜଙ୍ଗଲ ସୃଷ୍ଟି କରିବା। କ୍ଲବ ସଭାପତି ରୋଟେରିଆନ୍ ସୁରଜ୍ କେ. ରାଜ୍ ଏବଂ ସମସ୍ତ କ୍ଲବ ସଦସ୍ୟ ଓ ୧୦୦ ଛାତ୍ର ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଜଳବାୟୁ ଅନୁକୂଳ ବୃକ୍ଷ ଗୁଡିକୁ ରୋପଣ କରାଯାଇଛି।