ମହାତ୍ମା ଗାନ୍ଧୀ ଜୁନିୟର ମହାବିଦ୍ୟାଳୟ ର ୩୯ ତମ ପ୍ରତିଷ୍ଠା ଦିବସ:
ଅମ୍ବାଭୋନା -୦୫/୦୮/୨୦୨୩ –ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ସ୍ଥିତ ମହାତ୍ମା ଗାନ୍ଧୀ ଜୁନିୟର ମହାବିଦ୍ୟାଳୟ ର ୩୯ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଧ୍ରୁବ ଚରଣ ସା ଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ସଭାରେ ପ୍ରତିଷ୍ଠାତା ସଦସ୍ୟ ପଣ୍ଡିତ ଶ୍ରୀ ହିମାଂଶୁ ଶେଖର ରଥ,ଜୟନାରାୟ ଅଗ୍ରୱାଲ, ଡ଼ ଚିନ୍ତାମଣି ପଟେଲ,ଅମୃତଲାଲ ପଟେଲ,ଠାକୁରରାମ ପଟେଲ ଅତିଥି ଭାବେ ଯୋଗଦେଇ ଅଞ୍ଚଳରେ ଏକ ମହାବିଦ୍ୟାଳୟ ପ୍ରତିଷ୍ଠା ର ଇତିହାସ ବିଷୟରେ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରାଇଥିଲେ।ପ୍ରଥମ ପର୍ଯ୍ୟାୟରେ ଅଧ୍ୟକ୍ଷ ତଥା ନିମନ୍ତ୍ରିତ ଅତିଥି ଙ୍କ ଦ୍ଵାରା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ପରେ ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଡ଼ ରାଧାକୃଷ୍ଣ ବିଶ୍ୱକର୍ମା, ଡ଼ ଜୟନ୍ତ କୁମାର ସାହୁ,ଅଧ୍ୟାପକ ସୁରେଶ କୁମାର ଭୋଇ,କିଶନ ଅଗ୍ରୱାଲ, ଆର ଏନ ଭୋଇ,ଜୟନ୍ତ ବାରିକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।ସଭା ସଞ୍ଚାଳନ ଅଧ୍ୟାପକ ଜଗଦୀଶ ନାୟକ କରିଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ,ଛାତ୍ର ଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ବରଗଡ଼ ଜିଲ୍ଲା ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍