Search
Close this search box.

ବାଲିକୁଦା ପଞ୍ଚାୟତ ସମିତି ଦୃନୀତି ର ଗନ୍ତାଘର | ଟଙ୍କା ପାଇଁ ସବୁ ବଙ୍କା | ଗୁହାରି କରିବି କାହାକୁ ଶୁଣିବ କିଏ |ଗଣ ମାଧ୍ୟମ ର ସାହାଯ୍ୟ ମାଗିଲେ ମହିଳା

(ବାଲିକୁଦା ପଞ୍ଚାୟତ ସମିତି ଦୃନୀତି ର ଗନ୍ତାଘର | ଟଙ୍କା ପାଇଁ ସବୁ ବଙ୍କା | ଗୁହାରି କରିବି କାହାକୁ ଶୁଣିବ କିଏ |ଗଣ ମାଧ୍ୟମ ର ସାହାଯ୍ୟ ମାଗିଲେ ମହିଳା )

ଜଗତସିଂହପୁର
ତା =6/8/23
ଆଜ୍ଞା ମୋ ନାଁ ସରୋଜିନୀ ନାୟକ | ମୋ ଘର ବାଲିକୁଦା ବ୍ଲକ ବଡଗାଁ ପଞ୍ଚାୟତ ନାରଡିଆ ଗ୍ରାମରେ | ମୁଁ ଜଣେ ଦିନ ମଜୁରିଆ ଲୋକ |ମୋର ମୁଣ୍ଡ ଗୁଞ୍ଜିବାକୁ ଘର ଦ୍ଵାରା ନାହିଁ | ଝାଟି ମାଟି ଜରି ପାଲ ଘରେ ଦୁଃଖ କଷ୍ଟେ ଚଳୁଛି | ମୋତେ ବାଲିକୁଦା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଜୁନ 19ତାରିଖ ରେ ପ୍ରଧାନମନ୍ତ୍ରୀ ଆବାସ ଗୃହ କରିବା ନିମନ୍ତେ କାର୍ଯ୍ୟାଦେଶ ମିଳିଥିଲା |ମୁଁ ଅନେକ ଧାର ଉଦ୍ଧାର କରି ଗୃହ କାର୍ଯ୍ୟ ଆରମ୍ଭ କରିଥିଲି | ହେଲେ ବଡଗାଁ ପଞ୍ଚାୟତ GRS ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରିବା ନିମନ୍ତେ 10ହଜାର ଟଙ୍କା ଲାଞ୍ଚ ମାଗିଥିଲେ |ମୁଁ ଗରିବ ଲୋକ |ଟଙ୍କା ଯୋଗାଡ଼ କରିବାରେ ବିଳମ୍ବ ହେଲା | ବର୍ତମାନ କରଜ କରି ଟଙ୍କା ଯୋଗାଡ଼ କରି GRS ଙ୍କୁ ଦେଖାକରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଉନାହାନ୍ତି କି ଟଙ୍କା ନେଉନାହାନ୍ତି |ଅନେକ ବାର ଦଉଡ଼େଇ ଦଉଡ଼େଇ ଆବାସ କଟି ଯାଇଛି ତୋତେ ଆଉ ମିଳିବ ନାହିଁ ବୋଲି କହୁଛନ୍ତି |ଜ଼ିଲ୍ଲାପାଳ ମହୋଦୟ ଗରିବ ଲୋକକୁ ଦୟା କରନ୍ତୁ | ହଁ ଦର୍ଶକ ବନ୍ଧୁ ଏ କୌଣସି ମନଗଢା କଥା ନୁହେଁ | ଏ ହେଉଛି ଜଣେ ଅସହାୟ ନିଃସହାୟ ମହିଳା ର ହୃଦୟ ର କଥା | ଜ଼ିଲ୍ଲାପାଳ ମହୋଦୟ ଏହି ମହିଳା ଙ୍କ ର ଆପତ୍ତି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗରିବ ଲୋକ ଙ୍କୁ ଉଚିତ ନ୍ୟାୟ ପ୍ରଦାନ କରନ୍ତୁ |ନଚେତ ପରିବାର ପିଲା ଛୁଆ ଙ୍କ ସହିତ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମୁଖ ରେ ଆମରଣ ଅନଶନ ରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି ନାରଡିଆ ଗ୍ରାମର ସରୋଜିନୀ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

You May Like This

× How can I help you?