ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

(ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ )

ଜଗତସିଂହପୁର
ତା =6/8/23
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଜଗତସିଂହପୁର ଜ଼ିଲ୍ଲା କମିଟି ପକ୍ଷରୁ ବିଭିନ୍ନ ଦାବିନେଇ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି |ମୁଖ୍ୟ ଦାବି ଗୁଡିକ ମଧ୍ୟ୍ୟ ରେ ପ୍ରାଥମିକ ଶିକ୍ଷକ ମାନଙ୍କ ର ଚୁକ୍ତି ଭିତିକ ପ୍ରଥା ଉଛେଦ କରିବା, କ୍ରୀଡା ଓ କଳା ଶିକ୍ଷକ ମାନଙ୍କୁ ନିୟମିତ କରିବା, ଏକ୍ସ କ୍ୟାଡର ଶିକ୍ଷକ ମାନଙ୍କୁ କ୍ୟାଡର ଭୁକ୍ତ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା, ପୁରୁଣା ପେନସନ ପ୍ରଦାନ କରିବା, ନେସନାଲ ଇନ୍କ୍ରିମେଣ୍ଟ ପ୍ରଦାନ କରିବା ଆଦି ବିଭିନ୍ନ ଦାବି ନେଇ ଶିକ୍ଷକ ନେତା ରଂଜିତ ଭଟଚାର୍ଯ୍ୟ, ରଶ୍ମି ରଞ୍ଜନ ସ୍ୱାଇଁ, ମାନସ ଚକ୍ରବତୀ, ପୁଷ୍ପ ଲତା ସାହୁ, ତପନ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ଶତାଧିକ ଶିକ୍ଷକ ଏକ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଜଗତସିଂହପୁର ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |ସରକାର ଶିକ୍ଷକ ମାନଙ୍କ ନାଜ୍ୟ ଦାବି ପୂରଣ ନକଲେ ସମୂହ ଶିକ୍ଷକ ଶିକ୍ଷଦାନ କ୍ଷେତ୍ରରେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

You May Like This