ଗଁଦିଆ ବ୍ଳକ ଶିକ୍ଷକ ସମନ୍ୱୟ ସମିତି ର ସଭାପତି ତଥା ବେଣାଝରପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସ୍ଵର୍ଗତ ଶ୍ରୀକାନ୍ତ ପ୍ରଧାନ
ଗତ ତା୨୭.୭.୨୦୨୩ତାରିଖ ରେ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା ଗଁଦିଆ ସ୍ମୃତି ସଂସଦ ତରଫରୁ ସଂସଦ ର ସଭାପତି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ସ୍ବର୍ଗତ ପ୍ରଧାନ ଙ୍କ ବାସଭବନ ବରଦାପଟଣା ଗ୍ରାମ ରେ ଅଗଷ୍ଟ ମାସ ୫ତାରିଖ ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଶିଷ୍ଟ ଅତିଥି ଭାବେ ଗଁଦିଆ ସ୍ମୃତି ସଂସଦ ର ଉପଦେଷ୍ଟା ତଥା ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଉତ୍କଳ ବିଶ୍ୱବିଦ୍ୟାଳୟ ରୁ ସ୍ବର୍ଣ୍ଣ ପଦକ ପ୍ରାପ୍ତ ଡଃ ସମୀର କୁମାର ସାହୁ, ଅନୁଷ୍ଠାନ ର ଉପଦେଷ୍ଟା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ଦଣ୍ଡଧର ସାହୁ, ଅନୁଷ୍ଠାନ ର କାର୍ଯ୍ୟକାରୀ ସଭ୍ୟ ଶିକ୍ଷାବିତ୍ ଉମେଶ ଚନ୍ଦ୍ର ଧୀର, ପୂର୍ବତନ ବିଧାୟକ ସରୋଜ କୁମାର ସାମଲ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ମଳୟ କୁମାର ସିଂହ, ସରପଞ୍ଚ ରତିକାନ୍ତ ସାହୁ , ସମାଜ ସେବୀ ଲଳିତ କୁମାର ଦାସ, ବିଶିଷ୍ଟ ସମାଜସେବୀ ଶିକ୍ଷାବିତ୍, ଅନନ୍ତ ଚରଣ ଶତପଥୀ ବିଜୟ କୁମାର ସାମନ୍ତ, ରାଧାନାଥ ଜେନା, ଅନୁଷ୍ଠାନ ର ସଂଯୋଜକ ଗୌରହରି ଭୋଇ, ଶିକ୍ଷକ ନେତା ହେମନ୍ତ କୁମାର ବ୍ରହ୍ମ, ବିରେନ୍ଦ୍ର କୁମାର ସାମନ୍ତ, ଯୁଗଳ କିଶୋର ଦାସ୍, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ରିଷ୍ନଚନ୍ଦ୍ର ସାହୁ, ଉପେନ୍ଦ୍ର କୁମାର ସାହୁ, ଭୀମସେନ ମହାରଣା, ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଗଁଦିଆ ବ୍ଳକ ଶିକ୍ଷକ ସମନ୍ୱୟ ସମିତି ର ସମ୍ପାଦକ ଅକ୍ଷୟ କୁମାର ମିଶ୍ର କୋଷାଧ୍ୟକ୍ଷ ଅଜିତ୍ କୁମାର ରାଉତ ଙ୍କ ସମେତ ଶିକ୍ଷକ ସମନ୍ୱୟ ସମିତି ର କର୍ମକର୍ତ୍ତା ଓ ଢେଙ୍କାନାଳ, ଯାଜପୁର ଜିଲ୍ଲାର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ହୋଇ ସହଯୋଗ କରିଥିଲେ । ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।