ସ୍ୱପ୍ନ ଫାଉଣ୍ଡେସନ ଓ ଡିଭାଇନ୍ ଏଣ୍ଟରପ୍ରାଇଜେସ ମିଳିତ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ୮୬ ରକ୍ତ ସଂଗ୍ରହ

ସ୍ୱପ୍ନ ଫାଉଣ୍ଡେସନ ଓ ଡିଭାଇନ୍ ଏଣ୍ଟରପ୍ରାଇଜେସ ମିଳିତ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ୮୬ ରକ୍ତ ସଂଗ୍ରହ

ବଅଁରପାଳ ବ୍ଳକ ବଳରାମ ପ୍ରସାଦ ଗ୍ରାମ ଡିଭାଇନ୍ ଏଣ୍ଟରପ୍ରାଇଜେସ କ୍ୟାମ୍ପ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଅଛି । ସ୍ୱେଚ୍ଛାସେବୀ ସଂଗଠନ ସ୍ୱପ୍ନ ଫାଉଣ୍ଡେସନ, ଡିଭାଇନ୍ ଏଣ୍ଟରପ୍ରାଇଜେସ ଓ କେନ୍ଦ୍ରୀୟ ରେଡ଼କ୍ରସ ଭଣ୍ଡାର କଟକ ସହଯୋଗରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱପ୍ନ ଫାଉଣ୍ଡେସନ ସଭାପତି ସୁଧାଂଶୁ ଶେଖର ପାତ୍ର, ସଦସ୍ୟା ପୁଷ୍ପଲତା ମହାନ୍ତିଙ୍କ ସହ ସଦସ୍ୟଗଣ, ଡିଭାଇନ୍ ଏଣ୍ଟରପ୍ରାଇଜେସ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସିଂହ (ଜୁଲୁ ଭାଇ ), ସମାଜସେବୀ ରଣଜିତ କୁମାର ସ୍ୱାଇଁ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ସମ୍ମାନୀତ ଅତିଥି ରୂପେ ବଳରାମ ପ୍ରସାଦ ସରପଞ୍ଚ ଶ୍ରୀମତି ଜୟନ୍ତୀ ସାହୁ, ପୂର୍ବତନ ପ୍ରଧାନ ଆଚାର୍ଯ୍ୟ କୁତ୍ତାର୍ଥ ସିଂହ, ଶୁଭଦର୍ଶନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଚୈତନ ସାହୁ ଙ୍କ ରିପୋର୍ଟ ଜାଗ୍ରତ୍ ଭାରତ୍ ନ୍ୟୁଜ

Recent Post

Live Cricket Update

You May Like This