ଦୁଷ୍ୟନ୍ତ କୁମାର ନାଥଙ୍କୁ ଲାଇଫ୍ ଟାଇମ୍ ଇନ୍ ତାଇକୋଣ୍ଡୋ ଆଚିଭର ଆୱାର୍ଡ଼

ଦୁଷ୍ୟନ୍ତ କୁମାର ନାଥଙ୍କୁ ଲାଇଫ୍ ଟାଇମ୍ ଇନ୍ ତାଇକୋଣ୍ଡୋ ଆଚିଭର ଆୱାର୍ଡ଼

ଅନୁଗୋଳ ଚଳିତ ମାସ ଅଗଷ୍ଟ ୦୨, ୨୦୨୩ ତାରିଖ ଦିନ ଜାତୀୟ ତାଇକୋଣ୍ଡୋର ୪୭ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତର ତାଇକୋଣ୍ଡୋ ପ୍ରତିଷ୍ଠାତା ଡ. ଜୀମି ଅର୍ଜଗଦି ୟାନି ଅନୁଗୋଳ ତାଇକୋଣ୍ଡୋ ସଂଘ, ଅନୁଗୋଳର ପ୍ରତିଷ୍ଠାତା ଦୁଷ୍ୟନ୍ତ କୁମାର ନାଥଙ୍କୁ ଲାଇଫ୍ ଟାଇମ୍ ଇନ୍ ତାଇକୋଣ୍ଡୋ ଆଚିଭର ଆୱାର୍ଡ଼ ପ୍ରଦାନ କରିଛନ୍ତି। ଏହି ପ୍ରତିଷ୍ଠା ଦିବସ ଉତ୍ତର ପ୍ରଦେଶରର ଲକ୍ଷ୍ନୌ ସ୍ଥିତ ଲାଲବାଗ ଆଲୋରା ବଙ୍କଟିକ୍ ହଲ ଠାରେ ଅନୁଷ୍ଠିତ ହୋଇଥିଲା। ଶ୍ରୀଯୁକ୍ତ ନାଥ ଅନୁଗୋଳ ଜିଲ୍ଲାରେ ଦୀର୍ଘ ୨୧ବର୍ଷ ହେଲା ତାଇକୋଣ୍ଡୋର ପ୍ରଚାର ପ୍ରସାର ସହ ଅନେକ ଛାତ୍ରଛାତ୍ରୀ ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି l ତାଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ ଆଜି ଅନେକ ଛାତ୍ର ଛାତ୍ରୀ ବ୍ଲାକ୍ ବେଲ୍ଟ, ଜାତୀୟ ଖେଳାଳି, ଜାତୀୟ ବିଚାରକ, କ୍ରୀଡ଼ା ଉପାଧୀ, ବିଜୁ କନ୍ୟା ରତ୍ନ ପୁରସ୍କାର ପାଇଛନ୍ତି । ଦୀର୍ଘ ୨୧ବର୍ଷ ପରିଶ୍ରମ ଭିତରେ ଅନେକ ଛାତ୍ର ଛାତ୍ରୀ ମଧ୍ୟ ତାଙ୍କ ଠାରୁ ଟାଇକୋଣ୍ଡୋ ଶିକ୍ଷା ଲାଭ କରି ନିଜେ ପ୍ରଶିକ୍ଷଣ ଶିବିର କରି ପ୍ରଶିକ୍ଷଣ ଦେଉଛନ୍ତି। ଦୀର୍ଘ ଦିନ ଧରି ଖେଳକୁ ଜିଲ୍ଲାରେ ବିକଶିତ କରିଥିବାରୁ ଜାତୀୟ ତାଇକୋଣ୍ଡୋ ପ୍ରତିଷ୍ଠାତା ଲାଇଫ୍ ଟାଇମ୍ ଇନ୍ ତାଇକୋଣ୍ଡୋ ଆଚିଭର ମାନପତ୍ର ପ୍ରଦାନ କରିଥଲେ।
ଏହି ଆୱାର୍ଡ ତାଇକୋଣ୍ଡୋ ସଂଘ ଅଫ ଓଡ଼ିଶା ର ସଂପାଦକ ରବି ନାରାୟଣ ପାଣିଗ୍ରାହୀଙ୍କ ନିର୍ଦେଶ କ୍ରମେ ମନୋନୀତ କରାଯାଇଥିଲା। ଉକ୍ତ ପ୍ରତିଷ୍ଠା ଦିବସରେ ଜାତୀୟ ତାଇକୋଣ୍ଡୋ ପ୍ରତିଷ୍ଠାତା ଓ ଗ୍ରାଣ୍ଡ ମାଷ୍ଟର ଡ. ଜିମି ଅର୍ ଜଗଦିୟାନୀ ଓ ଉତ୍ତର ପ୍ରଦେଶରର ମନ୍ତ୍ରୀ ପବନ୍ ସିଂ ଚୌୱାନ୍ ଏହି ପୁରସ୍କାର ପ୍ରଦାନ କରିଥଲେ।ଦୁଷ୍ୟନ୍ତ କୁମାର ନାଥ ବର୍ତ୍ତମାନ ରୋଟରି ପବ୍ଲିକ୍ ସ୍କୁଲର ତାଇକଣ୍ଡୋ ପ୍ରଶିକ୍ଷକ ଓ ସ୍କାଉଟ୍ ମାଷ୍ଟର ଭାବରେ କାର୍ଯ୍ୟରତ ଅଛନ୍ତି ।

Recent Post

Live Cricket Update