ଶ୍ରମିକନେତା ଭାଗିରଥି ବେହେରା ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଓ ଉଜ୍ୱଳା ସମ୍ମିଳନୀ ଅନୁଷ୍ଠିତ

( ଶ୍ରମିକନେତା ଭାଗିରଥି ବେହେରା ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଓ ଉଜ୍ୱଳା ସମ୍ମିଳନୀ ଅନୁଷ୍ଠିତ )
ଜଗତସିଂହପୁର
ତା =6/8/23
ଭାରତୀୟ ମଜୁଦୁର ସଂଘ ପକ୍ଷରୁ ଜଗତସିଂହପୁର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଶ୍ରମିକ ନେତା ଭାଗିରଥି ବେହେରା ଙ୍କ ଅକାଳ ବିୟୋଗରେ ଜ଼ିଲ୍ଲା ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଓ ଉଜ୍ୱଳା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଭାରତୀୟ ମଜୁଦୁର ସଂଘ ଜଗତସିଂହପୁର ଜ଼ିଲ୍ଲା ପ୍ରଭାରୀ ଅକ୍ଷୟ କୁମାର ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଭାରତୀୟ ମଜଦୁର ସଂଘ ର ବରିଷ୍ଟ କାର୍ଯ୍ୟକର୍ତା ବସନ୍ତ କୁମାର ରଥ ଆନୁଷ୍ଠାନିକ ଭାବେ ଯୋଗଦେଇ ଶ୍ରମିକ ନେତା ଭାଗିରଥି ବେହେରା ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପ୍ରଦୀପ୍ତ ପ୍ରଯ୍ୟଳନ କରି ଉଜ୍ବଳା ସମ୍ମିଳନୀ ଙ୍କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ମୁଖ୍ୟ ବକ୍ତା ଭାରତୀୟ ମଜଦୁର ସଂଘ ଜ଼ିଲ୍ଲା ସମ୍ପାଦକ ଅଭିନାଶ ଦାସ, ସଂମ୍ମାନିତ ଅତିଥିଭାବେ ନାରୀ ନେତ୍ରୀ ଜ୍ୟୋଚ୍ଛନା ରାଣୀ ସିଂ, ପ୍ରତିମା ବେହେରା, ରୀନାରାଣୀ ଦାସ, ଜମିର ବେଗ, ଚନ୍ଦ୍ର ଶେଖର ସାହୁ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାର ଦୁଇ ହଜାର ମସିହାରେ ପ୍ରତ୍ୟେକ ବିପିଏଲ ହିତାଧିକାରୀ ମାନଙ୍କୁ ମାଗଣା ରେ ଉଜ୍ବଳା ଗ୍ୟାସ ବଣ୍ଟନ କରି ଖୁବ ପ୍ରଶଂସିତ ହୋଇଥିଲେ |ହେଲେ ଏହି କାର୍ଯ୍ୟ ରେ ନିୟୋଜିତ କର୍ମକର୍ତ୍ତା ମାନଙ୍କୁ ସରକାର ସାମାଜିକ ସୁରକ୍ଷା,କର୍ମ ନିଯୁକ୍ତି ସଂସ୍ଥାନ, ମାସିକ ପରିଶ୍ରମିକ ପ୍ରଦାନ କରିନାହାନ୍ତି |ଏଥିନେଇ ଜ଼ିଲ୍ଲା ସ୍ତରୀୟ ଉଜ୍ବଳା ସମ୍ମିଳନୀ ରେ କ୍ଷେଭ ପ୍ରକାଶ ପାଇଥିଲା |ଆଗାମୀ ଦିନରେ ସମସ୍ତ ଉଜ୍ବଳା କର୍ମ କର୍ତ୍ତା ଙ୍କୁ ଏକତ୍ରିତ କରି ସେମାନଙ୍କ ହକ ପାଇଁ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଜ଼ିଲ୍ଲା ସ୍ତରୀୟ ଉଜ୍ୱଳା ସମ୍ମିଳନୀ ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୁର ସଂଘର ଶତାଧିକ କର୍ମକର୍ତା ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update