ସହରାଞ୍ଚଳ ରେ କୃତ୍ରିମ ଜଙ୍ଗଲ ଉଦ୍ଦେଶ୍ୟ ନେଇ ବୃକ୍ଷ ରୋପଣ କଲେ ରୋଟାରୀ କ୍ଲବ ଭୁବନେଶ୍ୱର

ସହରାଞ୍ଚଳ ରେ କୃତ୍ରିମ ଜଙ୍ଗଲ ଉଦ୍ଦେଶ୍ୟ ନେଇ ବୃକ୍ଷ ରୋପଣ କଲେ ରୋଟାରୀ କ୍ଲବ ଭୁବନେଶ୍ୱର

ଭୁବନେଶ୍ୱର – ସହରାଞ୍ଚଳ ରେ କୃତ୍ରିମ ଜଙ୍ଗଲ ଉଦ୍ଦେଶ୍ୟ ନେଇ ବୃକ୍ଷ ରୋପଣ କଲେ ରୋଟାରୀ କ୍ଲବ ଭୁବନେଶ୍ୱର ର ସଦସ୍ୟ ବୃନ୍ଦ। ପାଣ୍ଡରା ଫାଣ୍ଡି ପରିସରରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପର୍ଯ୍ୟବରଣ ସୁରକ୍ଷା ଓ ସବୁଜ ବିପ୍ଲବ। ଯାହାକି ସହରାଞ୍ଚଳରେ ଅଭାବ ରହିଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ସଭାପତି ଶ୍ରୀ ସୁରଜ କେ. ରାଜୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆସିଷ୍ଟାଣ୍ଟ ପୋଲିସ କମିଶନର ଶ୍ରୀ କୃଷ୍ଣ ଚନ୍ଦ୍ର ପୋଲାଇ, ମଞ୍ଚେଶ୍ୱର୍ ଥାନା ଅଧିକାରୀ ଶ୍ରୀ ସୁଧୀର ସାହୁ ଓ ଅନ୍ୟାନ୍ୟ ଆଞ୍ଚଳିକ ଥାନା ଅଧିକାରୀ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ବୃକ୍ଷ ରୋପଣ କରି ଥିଲେ। ସହରାଂଚଳରେ ସଫଳ ରୂପେ ଏକ ସବୁଜ ବିପ୍ଲବ ଆରମ୍ଭ କରି ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଫଣ୍ଡି ପରିସରରେ ୫୦ ଟି ଚାରା ବୃକ୍ଷ ରୋପଣ କରାଯାଇଛି। ଏହିପରି ଭାବେ ରୋଟାରୀ କ୍ଲବ ପକ୍ଷରୁ ସବୁଜ ବିପ୍ଲବ ର ଧାରା ଆଗେଇ ଚାଲିଛି।

Recent Post

Live Cricket Update

You May Like This