( ପ୍ରାଇମେରୀ ଶିକ୍ଷକ ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ )
ଜଗତସିଂହପୁର=ତା =7/8(ନି ପ୍ର )
ବାଲିକୁଦା ବ୍ଲକର ଆମ୍ବଶାଳ ସ୍ଥିତ କଲ୍ଯାଣ ମଣ୍ଡପ ପରିସରରେ ଅଲ ଓଡିଶା ପ୍ରାଇମେରି ଶିକ୍ଷକ ସଂଘ ଆନୁକୁଲ୍ଯରେ ଏକ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି| ଶିକ୍ଷକ ସରୋଜ ଦ୍ବୀବେଦୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ଯ ଅତିଥି ଭାବରେ ବ୍ଲକ ଶିକ୍ଷାଅଧିକାରୀ ବାଇଧର ତ୍ରିପାଠୀ ଯୋଗଦେଇ ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ବିକାଶ ପାଇଁ କାର୍ଯ୍ଯ କରିବାକୁ ପରାମର୍ଶ ଦେଇଥିଲେ| ମୁଖ୍ଯ ବକ୍ତା ଭାବରେ ସଂଘର ରାଜ୍ଯ ସଭାପତି ସୁଶାନ୍ତ କୁମାର ବେହେରା ଯୋଗଦେଇ ଆଗାମୀ ଆନ୍ଦୋଳନକୁ ସାମୁହୀକ ଭାବରେ ସଫଳ କରିବାକୁ ଆହ୍ବାନ ଦେଇଥିଲେ| ଜିଲ୍ଲା ସଂପାଦକ ନରେଶ ଚନ୍ଦ୍ର ସାହୁ ଯୋଗଦେଇ ସମସ୍ତେ ଐକ୍ଯବଦ୍ଧ ଭାବରେ ନିଜର ନ୍ଯାୟୋଚିତ ଦାବୀ ହାସଲ ପାଇଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାୱଂଘ ଡାକରାରେ ସମୂହ ଛୁଟିରେ ରହି ଆନ୍ଦୋଳନକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ|ଅଲ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ବାଲିକୁଦା ବ୍ଲକ ସଭାପତି ଜ୍ଞାନ ରଞ୍ଜନ ସ୍ବାଇଁ ହ୍ରଦ ସ୍ତରରୁ ଜିଲ୍ଲା ଓ ରାଜ୍ଯ ସଂଗଠନକୁ ସମସ୍ତ ପ୍ରକାର ସହାୟତା ଯେଗାଇ ଦିଆଯିବ ବୋଲି ମତ ପ୍ରକାଶ କରିଥିଲେ। ଏରସମା ବ୍ଲକର ବରିଷ୍ଠ ଶିକ୍ଷକ ରଂଜନ ବେହେରା ସନମ୍ନାନୀତ ଅତିଥି ଭାବରେ ଯୋଗ ଦେଇ ଥୀଲେ ା ଏହି ବୈଠକରେ ୨ ଜଣ ପ୍ରତିଭା ଦୟାନିଧି ବେହେରା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଓ ଚିତରଞ୍ଜନ ଦାସ ଶିକ୍ଷକ ପ୍ରଶିକ୍ଷକ ଭାବରେ ସଫଳତା ପାଇଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସମ୍ପାଦକ ଦିଲ୍ଲିପ ମଲିକ ଧନ୍ଯବାଦ ଅର୍ପଣ କରିଥିଲେ। ଏହି ବୈଠକରେ ବ୍ଲକର ଶତାଧିକ ଶିକ୍ଷକ ଶକ୍ଷୟିତ୍ରୀ ଯୋଗ ଦେଇଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ