ମମତା ହେଲଥ ଇନଷ୍ଟିଚୁ୍ୟଟ ଫର ମଦର ଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ତରଫରୁ ସପ୍ତାହ ବ୍ୟାପି ସ୍ତନ୍ୟପାନ ଦିବସ ପାଳନ

ମମତା ହେଲଥ ଇନଷ୍ଟିଚୁ୍ୟଟ ଫର ମଦର ଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ତରଫରୁ ସପ୍ତାହ ବ୍ୟାପି ସ୍ତନ୍ୟପାନ ଦିବସ ପାଳନ

ଭବାନୀପାଟଣା ବ୍ଲକ ଓ ଲାଞ୍ଜିଗଡ଼ ବ୍ଲକ୍ ର ବିଭିନ୍ନ ଗ୍ରାମ ରେ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମଧ୍ୟ ବିଶ୍ଵ ସ୍ତନ୍ୟ ପାନ ଦିବସ ପାଳନ କରାଯାଉଅଛି। ଏହି କାର୍ଯ୍ୟକ୍ରମ ରେ ପ୍ରସୂତୀ ମା ମାନଙ୍କୁ ସ୍ତନ୍ୟପାନ ର ଲାଭ ଏବଂ ସଠିକ୍ ତରିକାକୁ ବିସ୍ତାର ଭାବେ କୁହାଯାଉଛି। ଯେମିତି କି ଶିଶୁ ଜନ୍ମ ହେବାର ଗୋଟେ ଘଣ୍ଟା ଭିତରେ ସ୍ତନ୍ୟ ପାନ କରିବା ନିହାତି ଜରୁରୀ। ମାଆ ର ଗାଢ଼ ହଳଦିଆ କ୍ଷୀର(ଯାହାକୁ କଲେଷ୍ଟ୍ରମ୍ କୁହାଯାଏ)ନବଜାତ ଶିଶୁ ପାଇଁ ଅମୃତ ସମାନ ଅଟେ। ଏହା ଶିଶୁ କୁ ଅନେକ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ। ଶିଶୁ କୁ ଛ ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଦିଆ ଯିବା ଉଚିତ୍। ଏମିତି କି ତାକୁ ଅଲଗା ପାଣି ଦବାର ବି କୌଣସି ଦରକାର ନାହି। କାରଣ ମା କ୍ଷୀର ରେ ହି ପର୍ଯ୍ୟାପ୍ତ ମାତ୍ରା ରେ ପାଣି ରହିଥାଏ। ଏପରି କାର୍ଯ୍ୟକ୍ରମ ଗୋଟେ ସପ୍ତାହ ରେ ସୀମିତ ନ ରହି ସବୁ ମାସ ରେ କରିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ତରଫ ରୁ ପରାମର୍ଶ କରାଯାଇଅଛି।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଂଯୋଜକ ବର୍ଷାରାଣୀ ଦାଶ ଏବଂ ମମତା ର ସମସ୍ତ କର୍ମ କର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ।କଳାହାଣ୍ଡିରୁ ବି ତ୍ରିପତି ପାତ୍ରଙ୍କ ସହିତ ନାରାୟଣ ପ୍ରସାଦ ନାୟକ ଜାଗ୍ରତ ଭାରତ ନିଉଜ।

Recent Post

Live Cricket Update