ଜିଲ୍ଲାର ୪୨୭ ଟି ମଠ ଓ ମନ୍ଦିରର ଉନ୍ନତି ବିଧାନ ନିମନ୍ତେ ୧୭ କୋଟି ୫୧ ଲକ୍ଷ ଟଙ୍କା ୫୬ ଟି କଲେଜର ବିକାଶ ନିମନ୍ତେ ୩୨ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର
ଢେଙ୍କାନାଳ ତା ୦୮.୦୮.୨୦୨୩ –
ଜିଲ୍ଲାର ୪୨୭ ଟି ମଠ ଓ ମନ୍ଦିରର ଉନ୍ନତି ବିଧାନ ନିମନ୍ତେ ୧୭ କୋଟି ୫୧ ଲକ୍ଷ ଟଙ୍କା ଏବଂ ୫୬ ଟି କଲେଜର ବିକାଶ ନିମନ୍ତେ ୩୨ କୋଟି ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ବିଭିନ୍ନ ବ୍ଲକରେ ଥିବା ଏହି ମଠ ଓ ମନ୍ଦିରର ଉନ୍ନତି ବିଧାନ କାର୍ଯ୍ୟ ସମ୍ପୃକ୍ତ ଅଞ୍ଚଳର ବିଡିଓମାନଙ୍କ ଦ୍ବାରା କରାଯିବ ।
ସେହିପରି ଜିଲ୍ଲାର ୫୬ ଟି କଲେଜର ବିକାଶ କାର୍ଯ୍ୟ ମଧ୍ୟରୁ ଡିଗ୍ରୀ କଲେଜ ଗୁଡିକର ବିକାଶ କାର୍ଯ୍ୟ ପୂର୍ଣ ବିଭାଗ ଦ୍ବାରା କରାଯିବ ଏବଂ +2 କଲେଜ ଗୁଡିକର ବିକାଶ କାର୍ଯ୍ୟ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ବାରା କରାଯିବ
ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି । ପ୍ରାଥମିକ ବିଦ୍ୟାଳୟ, ଗୋଷ୍ଠୀ କେନ୍ଦ୍ର, ସାଂସ୍କୃତିକ ଅନୁଷ୍ଠାନ, ଐତିହ୍ୟ ସମ୍ପର୍ଣ୍ଣ ପୀଠ ସ୍ଥଳୀ, କ୍ରୀଡା ଭିତ୍ତିଭୂମି, ମହିଳା ଓ ଶିଶୁ ବିକାଶ ଏବଂ ଦକ୍ଷତା ବିକାଶ ଯୋଜନା କାର୍ଯ୍ୟକୁ ବିଡିଓ ମାନେ ତଦାରଖ କରିବେ ।
ସୂଚନା ଯୋଗ୍ୟ, ଗତ ମାସ ୧୧ ଏବଂ ୧୨ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଶ୍ରୀ ଭି. କେ. ପଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୬୨୦ ଟି ଆବେଦନ/ ଅଭିଯୋଗ ପତ୍ର ମିଳିଥିଲା । ସେଥ୍ ମଧ୍ୟରୁ ଅଦ୍ୟାବଧୂ ଅଫ୍ ଲାଇନ ଏବଂ ଅନ୍ ଲାଇନ ମାଧ୍ୟମରେ ୮୩୮ ଟି ଆବେଦନ/ ଅଭିଯୋଗର ସମାଧାନ ହୋଇଅଛି । ସହାୟତା ନିମନ୍ତେ ଆବେଦନ କରିଥିବା ଜିଲ୍ଲାର ୩୧ ଜଣଙ୍କୁ ରେଡ୍ କ୍ରସ ପାଣ୍ଠି ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୩୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରାଯାଇଛି ।
ଜନସାଧାରଣଙ୍କ ଠାରୁ ପ୍ରାପ୍ତ ଆବେଦନ/ ଅଭିଯୋଗଗୁଡିକର ସମାଧାନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ପାଞ୍ଚ ଜଣିଆ ଟିମ୍ ଗଠନ କରିଛନ୍ତି । ଏହି ଟିମ ଫୋନ୍ ମାଧ୍ୟମରେ ଆବେଦନ/ ଅଭିଯୋଗକାରୀମାନଙ୍କ ସହିତ ସିଧାସଳଖ ଯୋଗାଯୋଗକରି ମତାମତ ସଂଗ୍ରହ କରିବେ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏହାର ତଦାରଖ କରିବେ ।
ସୂଚନା ଯୋଗ୍ୟ ଯେ, କରମୂଳ ଗ୍ରାମ ପଞ୍ଚାୟତର ବ୍ରାହ୍ମଣୀନଦୀ କୂଳରେ ଥିବା ପୁରାତନ ପ୍ରସିଦ୍ଧ ଶ୍ରୀ ଦୌଡେଶ୍ଵର ମନ୍ଦିରର ପାଚେରୀ ନ ଥିବାରୁ ବର୍ଷା ଦିନରେ ମନ୍ଦିର ପରିସରରେ ନଦୀ ପାଣି ପଶିଯାଉଥିବାରୁ ନୀତିକାନ୍ତି ଓ ପୂଜା କାର୍ଯ୍ୟ ବିଶେଷ ଭାବରେ ବାଧା ପ୍ରାପ୍ତ ହେଉଛି ଏବଂ ଶ୍ରଦ୍ଧାଳୁ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରତିବର୍ଷ ଏହି ପରି ନଦୀ ଜଳ ମନ୍ଦିର ପରିସରରେ ପ୍ରବେଶ କରୁଥିବାରୁ ମନ୍ଦିରର ସ୍ଥାୟୀତ୍ଵ ପ୍ରତି ବିପଦ ରହିଛି । ଏହି ସମସ୍ୟାଗୁଡ଼ିକୁ ଦୃଷ୍ଟିରେ ରଖ୍ ଏହାର ତୁରନ୍ତ ସମାଧାନ ନିମନ୍ତେ ଆବଶ୍ୟକ ପାଚେରୀ ନିର୍ମାଣ ଏବଂ ମନ୍ଦିର ମରାମତି କାର୍ଯ୍ୟ ନିମନ୍ତେ ଜିଲ୍ଲାପାଳ, ଭାରତୀୟ ପ୍ରସୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ପ୍ରଚାତ୍ତ୍ଵିକ ଅଧ୍ୟକ୍ଷକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।