*ଜନ୍ମଦିନ ରେ ଶରୀର ଦାନ କରି ନୂତନ ଉଦାହରଣ ସୃଷ୍ଟି କଲେ ମହିଳା*
ଜଣେ ମା ସବୁବେଳେ ନିଜର ସନ୍ତାନ ର ଶୁଭ ମନାସିଥାଏ। ଦୁନିଆରେ ବହୁତ କମ ମା ଥାଆନ୍ତି ଯିଏ ନିଜର ପୁଅ ର *ଶୁଭ ଜନ୍ମଦିନ* ରେ ଶରୀର ଦାନ କରିବା ପାଇଁ ଚୁକ୍ତିପତ୍ର ସ୍ବାକ୍ଷରିତ କରି *ନାରୀ ଜାତି* ପାଇଁ ଏକ ଉଦାହରଣ ପାଲଟିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର କଜଳା ରେ ରହୁଥିବା *ଅବସରପ୍ରାପ୍ତ ଶିକ୍ଷକ* ବିପିନ ବିହାରୀ ଶତପଥୀ ଙ୍କ ପତ୍ନୀ ଧରିତ୍ରୀ ଶତପଥୀ ନିଜ ବଡ ପୁଅ ବିରୁପାକ୍ଷ ଶତପଥୀ ଙ୍କ ଜନ୍ମଦିନ ରେ *ଶରୀର ଦାନ* କରି ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଶରୀର ଦାନ ଅଭିଯାନ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଏକ ଦିନ ରେ 100 ରୁ ଉର୍ଦ୍ଧ *ଶରୀର ଦାନ* କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେଥିପାଇଁ ଟ୍ରଷ୍ଟ ର ସଭାପତି ଙ୍କୁ ନିଜ ଗୃହ କୁ ନିମନ୍ତ୍ରଣ କରି *ଶରୀର ଦାନ ଅଭିଯାନ* ର କେନ୍ଦ୍ରାପଡ଼ା ଜିଲ୍ଲାର ସଭାପତି ବିଜୟ ପରିଡ଼ା ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। କାର୍ଯକ୍ରମ ରେ ଉପସ୍ଥିତ ଥିବା ବ୍ୟକ୍ତି ମାନେ ହେଲେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ସନ୍ତୋଷ ବେହେରା, ବିଜୟ ପରିଡ଼ା ଓ ବିପିନ ବିହାରୀ ଶତପଥୀ।
*ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍ ଓଡିଆ*