ଅଙ୍ଗନଓ୍ବାଡି କର୍ମୀ, ସହାୟିକା ଓ ମିନି ଅଙ୍ଗନୱାଡି କର୍ମୀଙ୍କୁ ୱାର୍କର ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ

ଅଙ୍ଗନଓ୍ବାଡି କର୍ମୀ, ସହାୟିକା ଓ ମିନି ଅଙ୍ଗନୱାଡି କର୍ମୀଙ୍କୁ ୱାର୍କର ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ

ଢେଙ୍କାନାଳ, ୯/୮: ଅଙ୍ଗନୱାଡି କର୍ମଚାରୀ ୟୁନିୟନ ସଂପୃକ୍ତ ମୋର୍ଚ୍ଚା ତରଫରୁ ଗତ ମାର୍ଚ୍ଚ ୧୩ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦାବୀ ହାସଲ ପର୍ଯ୍ୟନ୍ତ ଧାରଣା ପରିପ୍ରେକ୍ଷୀରେ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ଗତ ୨୦୨୩ ମାର୍ଚ୍ଚ ୯ ତାରିଖରେ ଆହୁତ ଆଲୋଚନାରେ ୱାର୍କର ମାନ୍ୟତା, ଭତା ବୃଦ୍ଧି ଓ ଅନ୍ୟାନ୍ୟ ଦାବୀ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବିହୀତ ପଦକ୍ଷେପ ନେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଅନିର୍ଦ୍ଦିଷ୍ଟ କାଳ ଧାରଣ ସ୍ଥଗିତ ରଖାଯାଇଥିଲା, କିନ୍ତୁ ଏ ପର୍ଯ୍ୟନ୍ତ ୱାର୍କର ମାନ୍ୟତା, ଭତାବୃଦ୍ଧି ଓ ଅନ୍ୟାନ୍ୟ ଦାବୀ ଉପରେ କୌଣସି ପଦକ୍ଷେପ ଘୋଷଣା ହୋଇନାହିଁ। ପ୍ରକାଶ ଯେ, ଗତ ୨୦୦୮, ୨୦୧୩ ଓ ୨୦୧୭ ମସିହାରେ କର୍ମୀ ସହାୟିକାଙ୍କର ଭତା ବୃଦ୍ଧି ହୋଇଥିଲେ ମଧ୍ୟ ତାହା ବର୍ତମାନ ଅବସ୍ଥାରେ ପରିବାର ଚଳାଇବା ପାଇଁ କଷ୍ଟସାଧ୍ୟ ହୋଇପଡିଛି । ତେଣୁ ବାସ୍ତବତାକୁ ବିଚାର କରି ଭତାବୃଦ୍ଧି କରିବାକୁ ଦାବୀ କରିଛନ୍ତି । ଅନୁରୂପ ଭାବେ ବଜାର ଦର ବଢିଯାଇଥିବାରୁ ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ଗରମ ରନ୍ଧା ଖାଦ୍ୟ ବାବଦକୁ ଶିଶୁ ପିଛା ୮ ଟଙ୍କା କମ୍ ହେଉଛି । ସେହିଭଳି ଟି.ଏଚ୍.ଆର୍‌ରେ ପ୍ରଦାନ କରାଯାଉଥିବା ଅଣ୍ଡା ବାବଦରେ ଧାର୍ଯ୍ୟ ଦର ବଜାର ଦରଠାରୁ ବହୁତ କମ୍ । ତେଣୁ ବଜାର ଦର ଅନୁସାରେ ଦର୍ ଧାର୍ଯ୍ୟ କରାଯିବା ପାଇଁ ଦାବୀ କରିଛନ୍ତି । ତେଣୁ ନିଷ୍ଫଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ଢେଙ୍କାନାଳ ଜିଲ୍ଲା କମିଟି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ଉପରୋକ୍ତ ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରଦାନ କରିଛନ୍ତି । ଏହି ପ୍ରଦାନ ବେଳେ ସଭାପତି କୁମିଦିନୀ ମହାରଣା, ସମ୍ପାଦିକା ମଳୟ ମଞ୍ଜରୀ ଜେନା, ସୁଜାତା ନାୟକ, ଧରିତ୍ରୀ ସାଇଁ, ସୁଫଳ ମହାପାତ୍ର, ଲୁନା ବିଶ୍ଵାଳ, ମମତା ପରିଡା, ଗାୟତ୍ରୀ ଶତପଥୀ, ହରପ୍ରିୟା ୱାଇଁ, କଲ୍ୟାଣୀ ହୋତା, ରବି ରଥ, ନାରାୟଣ ନାୟକ, ଯମ୍ବେଶ୍ଵର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

Recent Post

Live Cricket Update