ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକଙ୍କର ଦାବୀ ପୂରଣ ପାଇଁ ରଣ ହୁଙ୍କାର

ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକଙ୍କର ଦାବୀ ପୂରଣ ପାଇଁ ରଣ ହୁଙ୍କାର

ଢେଙ୍କାନାଳ, ୯/୮: ଅଦ୍ୟ ବୁଧବାର ଜିଲ୍ଲା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଟା), ଢେଙ୍କାନାଳ ଆହ୍ବାନରେ ବାଜିଚୌକ ଛକ ଠାରୁ ଏକ ବିଶାଳ ରାଲି ବାହାରି ଢେଙ୍କାନାଳ ସହର ପରିକ୍ରମା କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧୂକାରୀ ସସ୍ମିତା ସାହୁ ଙ୍କ ମାଧ୍ୟମରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଶିକ୍ଷାକର୍ମଚାରୀମାନେ ବିଭିନ୍ନ ଦାବୀ ସଂପର୍କୀୟ ପ୍ଲା କାର୍ଡ ଧରି ସ୍ଲୋଗାନ୍‌ ଦେଇ ଦୁର୍ବାର ସଂଗ୍ରାମ ପାଇଁ ରଣ ହୁଙ୍କାର ଦେଇଥିଲେ । ଜିଲ୍ଲାର ମୋଟ୍ ୮ ଗୋଟି ବ୍ଳକ୍‌ର ପ୍ରାୟ ୬୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଏବଂ ଅବସର ନେଇଥିବା ଶିକ୍ଷକ କର୍ମଚାରୀ ଯୋଗଦାନ କରିଥିଲେ । ଦାବୀ ଗୁଡିକ ଯଥା ଅନୁଦାନ ଯୋଗ୍ୟ ହାଇସ୍କୁଲ୍‌କୁ ଅନୁଦାନ ପ୍ରଦାନ, ନୂତନ ଆନୁଦାନ ପାଉଥିବା ସମସ୍ତ ଶିକ୍ଷକ କର୍ମଚାରୀଙ୍କୁ ଚାକିରୀ ସର୍ତାବଳୀ ସହିତ ପୁରାତନ ପେନ୍‌ସନ୍‌ ପ୍ରଦାନ, ସ୍ନାତକୋତର ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତାକୁ ଆଦାର କରି ଦରମା ପ୍ରଦାନ, ୨୨୬ ଓ ୩୯୯ ହାଇସ୍କୁଲ୍‌କୁ ସପ୍ତମ ବେତନ, ୪୮ ବର୍ଷ ବୟସରେ ପହଂ ଚିଥିବା ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କୁ ଟ୍ରେନ୍‌ ସ୍କେଲ୍‌ ପ୍ରଦାନ ତଥା ଏହି ବର୍ଗର ଶିକ୍ଷକ କର୍ମଚାରୀଙ୍କର ଅବସର ବୟସ ୬୨ ବର୍ଷକୁ ବୃଦ୍ଧି କରିବା ଦାବୀକୁ ନେଇ ଗଣଧାରଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଆନ୍ଦୋଳନରେ ଜିଲ୍ଲା ସଂପାଦକ ବିଭୂତି ସାମଲ ରାଜ୍ୟରେ ହେବାକୁ ଥିବା ୧୬,୧୭ ଏବଂ ୧୮ ତାରିଖ ଆନ୍ଦୋଳନକୁ କାୟ ମନୋବାକ୍ୟରେ ସଫଳ କରିବା ପାଇଁ ଶପଥ ପାଠ କରାଇଥିଲେ । ଜିଲ୍ଲା ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ ଦୁର୍ବାର ଆନ୍ଦୋଳନ ପାଇଁ ଆହ୍ବାନ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ପୀତାମ୍ବର ଦାଶ ସ୍ଲୋଗାନ୍‌ ଦେଇ ରାଲିକୁ ରୁଦ୍ଧିମନ୍ତ କରିଥିଲେ । ରାଜ୍ୟ ସଂଘର ଉପସଭାପତି ପ୍ରମୋଦ କୁମାର ସାଇଁ ସଂଘର ଦାବୀ ଦିବସରେ ଆନ୍ଦୋଳନକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ରାଜ୍ୟ ଇ.ସି. ମେମ୍ବର ଶ୍ରୀରାମ ରାଉତ ଶିକ୍ଷକମାନଙ୍କର ଦାବୀ ଗୁଡିକ ଉତ୍ଥାପନ କରିବା ସଙ୍ଗେ ସଙ୍ଗେ ଅହୋରାତ୍ର ଧାରଣା ଆନ୍ଦୋଳନରେ ସମସ୍ତଙ୍କର ସହଯୋଗ ଲୋଡିଥିଲେ
। ଜିଲ୍ଲା ସଂଘ ଉପଦେଷ୍ଟା ପ୍ରଶାନ୍ତ କୁମାର ଧଳ ସମସ୍ତେ ଐକ୍ୟବଦ୍ଧ ହୋଇ ସଂଗ୍ରାମ କରିବାକୁ ବକ୍ତବ୍ୟ ରଖିଥିଲେ। ସବୁ ବ୍ଳକ୍‌ର ସଭାପତି ଓ ସଂପାଦକ ଯୋଗଦେଇ ଆନ୍ଦୋଳନକୁ ସଫଳ କରିଥିବାରୁ ଜିଲ୍ଲା ସଂଘ ପ୍ରଶଂସା କରିଥିଲେ । ଶିକ୍ଷକ ନେତା ଯୁଗଳ କିଶୋର ପାଣି ରାଲି ପରିଚାଳନା କରିଥିଲେ ଏବଂ ମଧୁସୂଦନ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ ।

Recent Post

Live Cricket Update