ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଗ (ଓଷ୍ଟା ) ଗଞ୍ଜାମ ଜିଲ୍ଲା ପକ୍ଷରୁ ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା.
ବ୍ରହ୍ମପୁର…ଆଜି ଗଞ୍ଜାମ ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଗ ବିଭିନ୍ନ ଦାବୀ ନେଇ ବ୍ରହ୍ମପୁରର
ପୁରୁଣା ବସଷ୍ଟାଣ୍ଡ ଠାରେ ଏକତ୍ରିତ ହୋଇ ଥିଲେ.ପୁରୁଣା ବସଷ୍ଟାଣ୍ଡ ଏକବିଶାଳ ରାଲି ଟେଲିଫୋନ ଭବନ, ପିଭିଏନପେଟ୍ରୋଲ ପମ୍ପ, ଖୋଲିକୋଟ କଲେଜ, ଦେଇ ଗିରି ରୋଡ ଠାରେ ଥିବା ଡିଇଓ କାର୍ଯ୍ୟାଳୟ ପହଞ୍ଚି
କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବୀ ନେଇ ଧାରଣାରେ ବସିଥିଲେ.ଦାବୀ ଗୁଡିକ ମଧ୍ୟରେ
ରହିଥିଲା,ଯୋଗ୍ୟ ବିବେଚିତ ସମସ୍ତ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷା
କର୍ମଚାରି ମାନଙ୍କୁ ପୂର୍ଣ୍ଣ ଅନୁଦାନ ପ୍ରଦାନ ପ୍ରାପ୍ତ
ବିଦ୍ୟାଳୟରେ ଥିବା ନିୟମ ଅନୁଯାଇ ଚାକିରୀ ସର୍ତବଳୀ ସହ ପେନସନ ପ୍ରଦାନ,226ଓ 399 ବିଦ୍ୟାଳୟ ଗୁଡିକୁ ସପ୍ତମ ଅନୁଦାନ ପ୍ରଦାନ, ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟ
ଗୁଡିକ ସରକାରୀ କରଣ, ଅବସର ସୀମା 62
କୁ ବୃଦ୍ଧି, ସମସ୍ତ ଅନୁଦାନ ପ୍ରାପ୍ତ ସ୍କୁଲରେ ଖାଲି
ପଡିଥିବା ଶିକ୍ଷକ ଓ ଶିକ୍ଷl କର୍ମଚାରୀକୁ ନିଯୁକ୍ତି
କରିବା, ଵିଏ. ଵିପି. ଏଡ଼ ଯୋଗ୍ୟତା ଧାରୀ
ଶିକ୍ଷକ ମାନଙ୍କୁ ଟି. ଜି ସ୍କେଲ ରେ ପ୍ରଦାନ,କରବା ଇତ୍ୟାଦି ଦାବୀ ରହିଥିଲା. ଆଜିର ଏହି ବିଶାଳ ରାଲିରେ ଓଷ୍ଟାର
ସଭାପତି ସନ୍ତୋଷ ଜେନା, କାର୍ଯ୍ୟକାରୀ ସଭାପତି ଲିଙ୍ଗରାଜ ସ୍ୱାଇଁ, ଉପ ସଭାପତି ଅଶୋକ ହୋତା, ଦିଲୀପ ଜେନା, ଶୁଭଲଷ୍ମୀ
ମହାନ୍ତି, ସାଧାରଣ ସମ୍ପାଦକ ବିଜୟ କୁମାର
ବେହେରା, ସହ ସମ୍ପାଦକ ବାସନ୍ତୀ ଷଡ଼ଙ୍ଗୀ,
ପିତାମ୍ବର ପାଢ଼ୀ, ସୁଧୀର କୁମାର ସେଠି, ଜିଲ୍ଲା
କାର୍ଯ୍ୟକାରିଣୀ ସଭ୍ୟ ଲଷ୍ମୀ ନାରାୟଣ ପଣ୍ଡା,
ଦିଲୀପ କୁମାର ପ୍ରଧାନ, ଚନ୍ଦ୍ରଭାନୁ ନାୟକ,
ନୀଳାମ୍ବର ପଟନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ.ରାଲି କୁ ଦୃଷ୍ଟିରେ ରଖି ପୋଲିସ
ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ
କରାଯଇଥିଲା.