(ଅଙ୍ଗନବାଡି, ଆଶା, ପାଚିକା ଙ୍କୁ ୱାର୍କର ମାନ୍ୟତା ,ନିମାଣ ସହାୟତ ରାଶି ପ୍ରଦାନ ଓ ଅନ୍ୟାନ୍ୟ ଦାବିରେ ଏ. ଆଇ. ଟି. ୟୁ. ସି ତରଫରୁ ଜିଲ୍ଲାପାଳ ଅଫିସ ସମୁଖରେ ବିକ୍ଷୋଭ )
ଜଗତସିଂହପୁର
ତା =9/8/23
ସର୍ବ ଭାରତୀୟ ପ୍ରତିଭା ଦିବସ ପରିପେକ୍ଷୀରେ
ଏ. ଆଇ. ଟି. ୟୁ. ସି ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି l ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଶ୍ରମିକ ଚର୍ଚ୍ଚିକା ବଜ଼ାର ଛକରୁ ଶୋଭାଯାତ୍ରା ବଜାର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାଯ୍ୟlଳୟ ସମ୍ମୁଖୀରେ ବିକ୍ଷେଭ ପ୍ରଦଶନ କରିଥିଲେ l ଅଙ୍ଗନ ବାଡ଼ି କର୍ମୀ ବିଷ୍ତୁପ୍ରିୟା ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଜିଲ୍ଲା ସଂପାଦକ ସୁବାସ ମହାପାତ୍ର କେନ୍ଦ୍ରର ନେତୃତ୍ୱ ବିଜେପି ସରକାର ଶାସନ ପରଠାରୁ ଗୋଟିଏ ପରେ ଗୋଟିଏ ଜନ ବିରୋଧି ପଦକ୍ଷେପ ନେଇଚାଲିଛି | ଅଙ୍ଗନବାଡି, ଆଶା, ପାଚିକା ଙ୍କୁ ୱାକରର ମାନ୍ୟତା, ସର୍ବନିମ୍ନ୍ ମଜୁରୀ ଛବିଶିହଜାର ଟଙ୍କା, ସାମାଜିକ ନିରାପତା ଓ ପେନସନ, ଘରୋଇ କରଣ ବନ୍ଦ କରିବା, ଦରଦାମ ବୃଦ୍ଧି ବନ୍ଦ କରିବା, ଶ୍ରମ ବିରୋଧି 4ଟି ଶ୍ରମ ଆଇନ ବାତିଲ କରିବା,ନିର୍ମାଣ ଶ୍ରମିକ ସହାୟତା ରାଶି ବୃଦ୍ଧି କରିବା , ଠିକା ସସ୍ଥା ଉଛେଦକରିବା , ସମାନ କାମକୁ ସମାନ ଦରମାପ୍ରଦାନ କରିବା ଆଦି ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପଦର୍ଶନ କରି ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ ଦେଇଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କୁ ନାରାୟଣ ଭୋଳ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ