ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଢେଙ୍କାନାଳ :10/08-ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ କରିଛନ୍ତି l ଏହି ଅବସରରେ ସେ କହିଛନ୍ତି ଯେ, ଜିଲ୍ଲାର ସମସ୍ତେ ଫାଇଲେରିଆ ସମ୍ପର୍କରେ ସଚେତନ ହେବ ଆବଶ୍ୟକ ଏଥିପାଇଁ ସଚେତନତା ରଥ ମଧ୍ୟ କାର୍ଯ୍ୟ କରୁଛି l ଜିଲ୍ଲାର ସମସ୍ତଙ୍କୁ ଅଗଷ୍ଟ 10 ରୁ 19 ପର୍ଯ୍ୟନ୍ତ ଔଷଧ ବଣ୍ଟନ କରାଯିବ l ଏହାସହିତ ଏହିକାର୍ଯ୍ୟ ରେ ନିୟୋଜିତ ବ୍ୟକ୍ତି ମାନେ ଲୋକଙ୍କୁ ତାଙ୍କ ସମ୍ମୁଖରେ ଔଷଧ ଖାଇବାକୁ ଦେବେ ଏବଂ ଲୋକମାନେ ମଧ୍ୟ ଖାଇବେ l ଏହାସହିତ କେଉଁ ମାନେ ଏହି ଔଷଧ ସେବନ କରିପାରିବେ ନାହିଁ ସେ ସମ୍ପର୍କରେ ମଧ୍ୟ କହିଛନ୍ତି, 2ବର୍ଷରୁ କମ ବୟସର ଶିଶୁ ଏବଂ ଆସନ୍ନପ୍ରସବା ଏବଂ ପ୍ରସବ ପର 7 ଦିନ ଯାଏଁ ମହିଳା ମାନେ ଏବଂ ଅନ୍ୟ ରୋଗରେ ପୀଡିତ ଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ଖାଇବେ l ଜିଲ୍ଲାପାଳ ନିଜେ ପ୍ରଥମେ ଏହି ଔଷଧ ସେବନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି(ସାଧାରଣ ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା(ରାଜସ୍ୱ ), ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ l

Recent Post

Live Cricket Update

You May Like This